କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ମହିଳାଙ୍କୁ ମିଳିବ ମାସିକ ୪୪,୭୯୩ ଟଙ୍କା ପେନସନ୍‌, ଜାଣନ୍ତୁ କିପରି କରିବେ ଆପ୍ଲାଏ

ବିଶ୍ୱ ମହିଳା ଦିବସରେ ଯଦି ଆପଣ  ନିଜ ପତ୍ନୀଙ୍କୁ ଭଲ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ। ଏଥିପାଇଁ ଆପଣଙ୍କ ପତ୍ନୀଙ୍କୁ କାହାରି ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ। ଏହି ସ୍କିମରେ ମହିଳାଙ୍କୁରେଗୁଲାର ଇନକମ ମିଳିବ। ଏହି ସ୍କିମର ନାମ ହେଉଛି ନ୍ୟାସନାଲ ପେନସନ ସ୍କିମ।

ଏହି ସ୍କିମ ଅନ୍ତର୍ଗତ ଆପଣ ନିଜ ପତ୍ନୀଙ୍କ ପାଇଁ ନ୍ୟୁ ପେନସନ ସିଷ୍ଟମରେ ଆକାଉଣ୍ଟ ଖୋଲିପାରିବେ। ଏନପିଏସ୍‌ ଆକାଉଣ୍ଟରେ ମହିଳାଙ୍କୁ ୬୦ ବର୍ଷ ପରେ ଏହି ରାଶିର ଆକ୍ୟୁମସେନ ମିଳିବ। ଏହାସହିତ ସବୁମାସରେ ସେମାନଙ୍କୁ ପେନସନ ମିଳିବ। ଏହି ସ୍କିମରେ ସବୁଠୁ ବଢ଼ିଆ କଥା ହେଉଛି ଏଥିରେ ଆପଣ ପେନସନ ପାଇବାର ଲିମିଟ ମଧ୍ୟ ନିଜେ ସେଟ୍‌ କରିପାରିବେ। ଯେଉଁଥିରେ ୬୦ ବର୍ଷ ପରେ ଆକ୍ୟୁମେସନ ରାଶି ମିଳିବ।

ଏଥିରେ ନିବେଶ କରିବା ମଧ୍ୟ ଖୁବ ସହଜ । ମାନେ ଆପଣ କେବଳ ୧୦୦୦ ଟଙ୍କା ରେ ମଧ୍ୟ ଏନପିଏସ୍‌ ରେ ଆକାଉଣ୍ଟ ଖୋଲିପାରିବେ। ୬୦ ବର୍ଷ ପରେ ଏହି ଆକାଉଣ୍ଟ ମାଚ୍ୟୁର ହୋଇଯାଏ। ତେବେ ଏଥିରେ ଆପଣ ୪୫ ହଜାର ଟଙ୍କାର କିପରି ଲାଭ ଉଠାଇବେ ଜାଣନ୍ତୁ..

ଯଦି ଆପଣଙ୍କ ସ୍ତ୍ରୀଙ୍କ ବୟସ ୩୦ ବର୍ଷ। ଆଉ ଯଦି ଆପଣ ଏହି ସମୟରେ ଏନପିଏସ୍‌ ଆକାଉଣ୍ଟରେ ୫୦୦୦ ଟଙ୍କା ପ୍ରତିମାସରେ ନିବେଶ କରୁ ଛନ୍ତି। ତେବେ ବାର୍ଷିକ ୧୦% ରିଟର୍ଣ୍ଣ ମିଳିବ। ୬୦ ବର୍ଷ ପରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ହେବ। ଏଥିରେତାଙ୍କୁ ପାଖାପାଖି ୪୫ ଲକ୍ଷ ଟଙ୍କା ମିଳିବ। ଏହା ବ୍ୟତିତ ତାଙ୍କୁ ପ୍ରତି ମାସରେ ୪୫ ହଜାର ଟଙ୍କା ପାଖାପାଖି ପେନସନ ମିଳିବ। ଏହି ପେନସନ ତାଙ୍କୁ ଆଜୀବନ ମିଳିବ।

ବୟସ: ୩୦ ବର୍ଷ ହେଲେ ନିବେଶ କରିବାର ପୁରା ସମୟ ୩୦ ବର୍ଷ। ମାସିକ କଣ୍ଟି୍ରବ୍ୟୁସନ ୫ ହଜାର ଟଙ୍କା। ନିବେଶ ପରେ ଆନୁମାନିକ ରିଟର୍ଣ୍ଣ ୧୦%। ମୋଟ ପେନସନ ଫଣ୍ଡ : ୧୧ ଲକ୍ଷ ୧୯୮ ହଜାର ୪୭୧ ଟଙ୍କା, ଯାହାକି ମାଚ୍ୟୁରିଟି ପରେ ମିଳିବ। ଅନ୍ୟୁଟି ପ୍ଳାନ ପାଇଁ ୪୪ ଲକ୍ଷ ୭୯ ହଜାର ୩୮୮ ଟଙ୍କା। ଏହାର ୮% ମାନେ ୬୭ ଲକ୍ଷ ୧୯ ହଜାର ୦୮୩ ଟଙ୍କା। ଏଭଳି ଭାବେ ଶେଷରେ ମାସିକ ପେନସନ ହେବ ୪୪ ହଜାର ୭୯୩ ଟଙ୍କା।

କହିଦେବାକୁ ଚାହୁଁ ଯେ ଏହା କେନ୍ଦ୍ର ସରକାରଙ୍କ ସୋସିଆଲ ସିକ୍ୟୁରିଟି ସ୍କିମ। ଏହି ସ୍କିମରେ ଲୋକ ଯେଉଁ ଟଙ୍କା ନିବେଶ କରନ୍ତି ତାହା ପ୍ରଫେସନାଲ ଫଣ୍ଡ ମ୍ୟାନେଜରଙ୍କ ମାଧ୍ୟମରେ ହୋଇଥାଏ। କେନ୍ଦ୍ର ସରକାର ଏହି ଦାୟିତ୍ୱ ତାଙ୍କୁ ଦେଇଥାନ୍ତି। ତେଣୁ ଏହା ପୂର୍ଣ୍ଣ ରୂପେ ସୁରକ୍ଷିତ ବୋଲି କୁହାଯାଏ।