ସାବାଧାନ! ମାତିଛନ୍ତି ସୁନ୍ଦରୀ ସାଇବର ଲୁଟେରା:  ଅଶ୍ଳୀଳ ଭିଡିଓ ପଠାଇ ଆକାଉଣ୍ଟ କରିଦେଉଛନ୍ତି ଖାଲି, ପୋଲିସ କଲା ସଚେତନ

ଭୁବନେଶ୍ବର(କେନ୍ୟୁଜ୍): ସାଇବର ଲୁଟର ଭିନ୍ନ ତରିକା ଆପଣାଇଛନ୍ତି ଲୁଟେରା ମାନେ । ଲୋକଙ୍କ ଆକାଉଣ୍ଟକୁ ଖାଲି କରିବା ପାଇଁ ଏଭଳି ପନ୍ଥା ଆପଣାଉଛନ୍ତି ଯେ ସାଧାରଣ ଲୋକଟିଏ ଏମାନଙ୍କ ଚାଲ୍ କୁ ବୁଝିବା କଷ୍ଟ ସାଧ୍ୟ ହୋଇପଡୁଛି। ଏଭଳି ଏକ ଲୁଟ ତରିକା ସାମ୍ନାକୁ  ଆସିଛି ଯାହାକୁ ଜାଣିଲେ ପୁରା ତାଜୁବ ହୋଇଯିବେ । ଏବେ ଯୁବଗୋଷ୍ଠୀଙ୍କ ଆକାଉଣ୍ଟକୁ ସିଧାସଳଖ ଖାଲି କରୁଛନ୍ତି ସୁନ୍ଦରୀ ସାଇବର ଲୁଟରାମାନେ । ପ୍ରଥମେ ଚାଟ୍ ପରେ ଭିଡିଓ କଲ ଓ ତା ପରେ ଅଶ୍ଳିଳ ଭିଡିଓ ଚାଟ୍ କରନ୍ତି  । ଏହା ପରେ ଯୁବକଙ୍କ ସହ ବ୍ଲାକମେଲିଂ କରି  ଟଙ୍କା ମାଗନ୍ତି ନଚେତ କୌଶଳ କ୍ରମେ ଆକାଉଣ୍ଟ ଡିଟେଲ୍ସ ପାଇ ସବୁ  ଟଙ୍କାକୁ ଖାଲି କରିଦିଅନ୍ତି।

ଏହି ସୁନ୍ଦରୀ ସାଇବର ଲୁଟେରାଙ୍କ ପାଇଁ କମିଶନରେଟ ପୋଲିସ ଜାରି କରିଛି ସ୍ବତନ୍ତ୍ର ଆଡଭାଇଜରୀ । ଏକ ଟ୍ବିଟରେ କରି କମିଶନରେଟ ପୋଲିସ ଲେଖିଛି:-

‘ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ, ତେଣୁ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟରୁ ଦୂରେଇ ରୁହନ୍ତୁ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି । ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.