ନର୍ସିଂ କୋର୍ସ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲିପଡିଛି ୫୨୧୫ ପଦବୀ

କ’ଣ ଆପଣ ନର୍ସିଂ କୋର୍ସ କରିଛନ୍ତି କି ? ଯଦି କରିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ଯାସନାଲ ହେଲଥ ମିଶନ ଅଧିନରେ ମଧ୍ୟପ୍ରଦେଶରେ ବମ୍ପର ଭର୍ତ୍ତି ହେଉଛି। ଏଠାରେ ୫୨୧୫ ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯେଉଁଥିରେ ମହିଳା ସ୍ବାସ୍ଥ୍ଯକର୍ମୀ ଏବଂ ଷ୍ଟାଫ ନର୍ସ ମଧ୍ୟ ସାମିଲ ଅଛନ୍ତି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nhmmp.gov.in କିମ୍ବା sams.co.in କୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁନ ୧ରୁ ଆରମ୍ଭ ହୋଇସାରିଛି।

ପଦବୀ ବିବରଣୀ: ୫୨୧୫

ଷ୍ଟାଫ ନର୍ସ: ୨୬୬୪
ANM : ୨୫୫୧

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୨ ଜୁନ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅତିକମରେ ମାନ୍ଯତାପ୍ରାପ୍ତ ସଂସ୍ଥାରୁ ବୋର୍ଡରୁ ୧୨ଶ ପାସ୍ କରିବା ସହିତ ବିଏସସି ନର୍ସିଂ କରିଥିବା ଆବଶ୍ଯକ। ସେମାନଙ୍କ ପାଖରେ ANM ପ୍ରଶିକ୍ଷଣ ସାର୍ଟିଫିକେଟ ଏବଂ ବୈଧ ପଂଜିକରଣ ପ୍ରମାଣ ପତ୍ର ରହିବା ଆବଶ୍ଯକ।

ବୟସ ସୀମା: ଆବେଦନକାରୀଙ୍କ ବୟସ ୨୧ ରୁ ୪୦ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ: ଆବେଦନ କରିବା ପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।

ଦରମା: ମାସିକ ୧୨,୦୦୦ରୁ ଆରମ୍ଭ ୨୦ ହଜାର ପର୍ଯ୍ଯନ୍ତ।

କେମିତି କରିବେ ଆବେଦନ: ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nhmmp.gov.in କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.