ଅବସର ନେଲା ଆଫ୍ରିକୀୟ ବାହାଦୂର ମୂଷା ‘ମାଗୱା’, ଯିଏ ବଞ୍ଚାଇଛି ହଜାର ହଜାର ଲୋକଙ୍କ ଜୀବନ

କମ୍ବୋଡିଆ ମାଇନ୍ ଆକ୍ସନ ସେଣ୍ଟର (ସିଏମଏସି)ଙ୍କ ଅଧିନରେ ମାଇନ ଅନୁସନ୍ଧାନ କାର୍ଯ୍ୟରେ ନିଯୁକ୍ତ ବିଶାଳ ଆଫ୍ରିକୀୟ ମୂଷା ‘ମାଗୱା’ କାର୍ଯ୍ୟରୁ ଅବସର ଗ୍ରହଣ କରିଛି। ଗତ ୫ ବର୍ଷର କ୍ୟାରିୟରରେ ମାଗୱା ଅନୁନ୍ୟ ୭୧ଟି ଲ୍ୟାଣ୍ଡମାଇନ ସାଙ୍ଗକୁ ମାଟି ତଳେ ଲୁଚାଇ ରଖାଯାଇଥିବା ୩୮ଟି ବିସ୍ଫୋରକକୁ ଖୋଜି କାଢିଥିଲା। ମୂଷାଟି ଆଉ ଆଗ ଭଳି କାମ କରିପାରୁନଥିଲା। ଏଣୁ ବିଶ୍ରାମ ଚାହୁଁଥିବା ମାଗୱାକୁ କାର୍ଯ୍ୟରୁ ଅବସର ଦିଆଯାଇଛି। ମୂଷାକୁ ଏପିଓପିଓ ଦ୍ଵାରା ପ୍ରଶିକ୍ଷିତ କରାଯାଇଥିଲା। ସେ ସଂସ୍ଥାର ସବୁଠୁ ସଫଳ ମୂଷା।

ମାଗୱାର ଅବସର ପୂର୍ବରୁ ତା ଭଳି୨୦ଟି ସ୍ନିପିଙ୍ଗ ରାଟ୍‌ କମ୍ବୋଡିଆ ପହଞ୍ଚିସାରିଛନ୍ତି। ଏଣୁ ବାକି ଅଞ୍ଚଳକୁ ମଧ୍ୟ ଏବେ ସହଜରେ ଲ୍ୟାଣ୍ଡମାଇନ୍‌ ଓ ବିସ୍ଫୋରକ ମୁକ୍ତ କରିହେବ ବୋଲି ଚାରିଟି ପ୍ରୋଗ୍ରାମ ମ୍ୟାନେଜର ମାଇକେଲ ହୈମାନ୍‌ କହିଛନ୍ତି। ମାଗୱାକୁ ଏବେ ବୟସ ପାଖାପାଖି ୭ ବର୍ଷ। ସେ କାମରେ ଏବେ ଥକିସାରିଲାଣି। ଏଣୁ ବାକି ଜୀବନ ତକ ସେ ତା ପେନସନ୍‌ ଅର୍ଥରେ ବେଶ୍ ଆରାମରେ କଟାଇପାରିବ ବୋଲି ପ୍ରୋଗ୍ରାମ ମ୍ୟାନେଜର କହିଛନ୍ତି।

ସୂଚନାଯୋଗ୍ୟ, କାମ୍ବୋଡିଆରେ ୧୯୭୦ ରୁ ୧୯୮୦ ମସିହାରେ ଭୟଙ୍କର ଗୃହଯୁଦ୍ଧରେ ପ୍ରଭାବିତ ହୋଇଥିଲା। ଏହି ସମୟରେ ଶତ୍ରୁକୁ ମାରିବା ପାଇଁ ବଡମାତ୍ରାରେ ବାରୁଦ ସୁଡଙ୍ଗ ନିର୍ମାଣ କରାଯାଉଥିଲା। ଏହି କାର୍ଯ୍ୟ ଅବଧିରେ ସେ ୪୨ଟି ଫୁଟବଲ ଷ୍ଟାଡିୟମ ଆକରର ଅଞ୍ଚଳକୁ ବୋମା ଓ ବିସ୍ଫୋରକ ମୁକ୍ତ କରିଛି। ୧.୨ କେଜି ଓଜନର ଏହି ମୁଷାଟି ଲ୍ୟାଣ୍ଡମାଇନ ଉପରେ ଚାଲିଲେବି ଏଥିରେ କମ୍ପନ ହୋଇ ନଥାଏ। ତେବେ ମୁଷାଟି ବିସ୍ଫୋରକ ସମ୍ପର୍କରେ ତା ସହ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସତର୍କ କରିବାମାତ୍ରେ ସେମାନେ ଏହାକୁ ନିଷ୍କ୍ରିୟ କରି ବାହାର କରିଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.