ସ୍ୱତନ୍ତ୍ର କୃଷି ବଜେଟ୍‌ ଆଣିବା ସହିତ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର

ସ୍ୱତନ୍ତ୍ର କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କାଳିଆ ଯୋଜନା ପାଇଁ ବଜେଟରେ ଏବର୍ଷ କମିଲା ବ୍ୟୟବରାଦ । ଏଥିପାଇଁ ୩ ହଜାର ୧୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର । ଗତ ବଜେଟରେ କାଳିଆ ଯୋଜନା ବ୍ୟୟବରାଦ ଥିଲା ୫ ହଜାର ୬୧୧ କୋଟି ଟଙ୍କା ଥିଲା । ଚଳିତ ବଜେଟରେ କୃଷି ସଂପ୍ରସାରଣକୁ ପ୍ରୋତ୍ସାହିତ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୭୦୦କୋଟି, ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୨୧୧ କୋଟି ବ୍ୟୟବରାଦ ହୋଇଛି । ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଜଳ ସଂରକ୍ଷଣ ଓ ବ୍ୟବହାର ପାଇଁ ଆଗାମୀ ୫ ବର୍ଷରେ ସରକାର ଖର୍ଚ୍ଚ କରିବେ ୧୨ ହଜାର କୋଟି ଟଙ୍କା । ଏଥିରେ ସମସ୍ତ ପ୍ରମୁଖ ନଦୀରେ In Stream Storage Structure ନିର୍ମାଣ ହେବ । ଏଥିପାଇଁ ଚଳିତବର୍ଷ ହଜାରେ ୯୧ କୋଟି ଟଙ୍କା ଖର୍ଚ୍ଚ ହେବ । ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ ପାଇଁ ୫୪୦ କୋଟି, ଜଳନିଧୀ ଯୋଜନା ପାଇଁ ୧୮୦ କୋଟି, ବିଜୁ କୃଷକ ବିକାଶ ଯୋଜନା ପାଇଁ ୩୬୦ କୋଟି, ଗଭୀର ନଳକୂପ ପାଇଁ ୪୫୯ କୋଟି ଟଙ୍କା ବଜେଟରେ ମଞ୍ଜୁର କରିଛନ୍ତି ସରକାର । ସେହିପରି ନବକୃଷ୍ଣ ଚୌଧୁରୀସେଚ ଉନ୍ନୟନ ଯୋଜନା ୬୩୫ କୋଟି, ଓଡ଼ିଶା ମିଲେଟ୍‌ ମିଶନ ପାଇଁ ୧୦୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିପରି ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର । ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି, ସମଗ୍ର ଶିକ୍ଷା ଅଭିଯାନ ପାଇଁ ୩ ହଜାର ୧୫୭ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ବଜେଟରେ ବ୍ୟୟବରାଦ ପରିମାଣ ରହିଛି ୮ଶହ କୋଟି ଟଙ୍କା । ସେହିପରି ସ୍କୁଲ କାର୍ଯ୍ୟକ୍ରମ ପାଇଁ ୪୦ କୋଟି, ମୋ କଲେଜ’ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଗଙ୍ଗାଧର ମେହେର ଶିକ୍ଷା ଯୋଜନା ପାଇଁ ୨୩୧ କୋଟି ଟଙ୍କା, ଅନୁସୂଚିତ ଜନଜାତି ଛାତ୍ରୀ ନିବାସ ଓ ସହରାଞ୍ଚଳ ଛାତ୍ରାବାସ ପାଇଁ ୨୭୭ କୋଟି ମଞ୍ଜୁର ହୋଇଛି । ସ୍କିଲ ଇନ୍‌ ଓଡ଼ିଶା ପାଇଁ ଖର୍ଚ୍ଚ ପରିମାଣ ରହିଛି ୨୨୦ କୋଟି ଟଙ୍କା । ଛାତ୍ର ବୃତ୍ତିକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ କରାଯିବ । ଏଥିପାଇଁ ଦିଆଯିବ ୧ ହଜାର ୪୦୭ କୋଟି ଟଙ୍କା । ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୫ କୋଟି, ଉଚ୍ଚଶିକ୍ଷାର ଭିତ୍ତିଭୂମି ପାଇଁ ୨ଶହ କୋଟି, ରୁସା ଯୋଜନା ୨୨୦ କୋଟି, ପଲିଟେକନିକ୍‌ ଓ ଆଇଟିଆଇର ବିକାଶ ପାଇଁ ବଜେଟରେ ୧୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.