କେବେ କୌଣସି ହାତୀକୁ ସିଡ଼ି ଚଢ଼ୁଥିବାର ଦେଖିଛନ୍ତି କି? ଦେଖନ୍ତୁ ଏହି ଭିଡିଓ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି

ଜୀବଜନ୍ତୁଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୁଦ୍ଧିମାନ ବୋଲି କୁହାଯାଏ। ବିଶାଳକାୟ ଆକାର ହୋଇଥିଲେ ମଧ୍ୟ ହାତୀମାନଙ୍କ ଚାଲିଚଳଣ ଛୋଟ ଛୁଆ ଭଳି ହୋଇଥାଏ। ବେଳେ ବେଳେ ହାତୀ ଏମିତି କିଛି କାମ କରିଥାଏ ଯାହା ଅନ୍ୟମାନଙ୍କୁ ହସର ଖୋରାକ ଯୋଗାଏ। ଏବେ ସେଭଳି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ହାତୀ ଏକ ସଂକୀର୍ଣ୍ଣ ସିଡ଼ି ଚଢ଼ୁଥିବା ଦେଖିବାକୁ ମିଳିଛି।

elephant climb stairs

ଭାରତୀୟ ବନ ଅଧିକାରୀ ପରବିନ୍‌ କସ୍ୱାନ୍‌ ହାତୀ ସିଡ଼ି ଚଢ଼ୁଥିବା ବେଳର ଏକ ଭିଡିଓ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ସେଥିରେ କ୍ୟାପସନ୍‌ ଲେଖିଛନ୍ତି ‘ଏହି ହାତୀ ସିଡ଼ି ବ୍ୟବହାର କରୁଛି। ତା’ ନିକଟରେ ଆଉ ବା କି ବିକଳ୍ପ ରହିଛି। ଶେଷ ଦୃଶ୍ୟ ଅନେକ କିଛି କହିବ’।

ଦେଖନ୍ତୁ ଭିଡିଓ:

ସେ ଆହୁରି ବି ଲେଖିଛନ୍ତି ଆପଣ ଦେଖିପାରୁଥିବେ ସିଡି ଚଢ଼ିବା ପାଇଁ ହାତୀ କେମିତି ଏକ ସଂକୀର୍ଣ୍ଣ ସିଡି ବ୍ୟବହାର କରୁଛି। ହାତୀ ଖୁବ୍‌ ଧୀରସ୍ଥିର ଭାବେ ସଂସାଧନର ଉପଯୋଗ କରୁଛି। ସେ ଖୁବ ଶୀଘ୍ର ଶିଖନ୍ତି, ଯେମିତିକି କରେଣ୍ଟ ତାରବାଡ଼, ବନ୍ଦ ରାସ୍ତା ଆଦିକୁ କେମିତି ପାର କରିହେବ।


ତେବେ ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଏଥିରେ ୧୫୧୩ରୁ ଅଧିକ ଲୋକ ଲାଇକ୍‌ ଦେଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ କମେଣ୍ଟ କରିଛନ୍ତି। କିଛି ୟୁଜର ହାତୀଙ୍କ ବୁଦ୍ଧିମତାକୁ ପ୍ରଶଂସା କରିଥିବା ମଧ୍ୟ ଦେଖିବାକୁ ମିଳିଛି।