Below header

ଡାକଘରେ ଆକାଉଣ୍ଟ ଖୋଲିବା ବ୍ୟାଙ୍କଠୁ ବି ଅଧିକ ଲାଭଦାୟକ, ଜାଣନ୍ତୁ କେମିତି

ଡାକଘରେ ନିବେଶ କରିବାରେ ଅନେକ ଲାଭ ମିଳିଥାଏ। ଯଦି ଆପଣ ନିଜ କଷ୍ଟ ଉପାର୍ଜନ ଧନକୁ ବିନା ରିସ୍କରେ ନିବେଶ କରିବାକୁ ଚାହାଁନ୍ତି, ତେବେ ଆପଣ ପୋଷ୍ଟ ଅଫିସ ବ୍ୟାଙ୍କରେ ନିବେଶ କରିପାରିବେ। ଡାକଘରେ ଖାତା ଖୋଲିବାର ଅନେକ ଫାଇଦା ରହିଛି। ଖାସ କଥା ହେଉଛି, ଡାକଘର ଆକାଉଣ୍ଟକୁ ବ୍ୟାଙ୍କ ତୁଳନାରେ ଅଧିକ ଲାଭଦାୟକ ଜଣାଯାଇଥାଏ। ଏହା ଅନ୍ୟ ବ୍ୟାଙ୍କ ଆକାଉଣ୍ଟ ଭଳି ହୋଇଥାଏ।

hgd

ଆଜି ବି ଦେଶର ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ ଅଞ୍ଚଳରେ ଲୋକେ ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ପସନ୍ଦ କରିଥାନ୍ତି। ଡାକଘରର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ବିଭିନ୍ନ ପ୍ରକାରର ଆକାଉଣ୍ଟ ଖୋଲାଯାଇପାରିବ। ଏଥିରେ ସ୍ଥାୟୀ ଦର ଉପରେ ସୁଧ ମିଳିଥାଏ। ବ୍ୟାଙ୍କ ଫିକ୍ସଡ ଡିପୋଜିଟ(ଏଫଡି) ମାମଲାରେ ମଧ୍ୟ ଏହାକୁ ଅଧିକ ଲାଭଦାୟକ କୁହାଯାଇଥାଏ।

gff

ଏହାର ଏଫଡିରେ ବ୍ୟାଙ୍କଗୁଡ଼ିକ ତୁଳନାରେ ବଢ଼ିଆ ରିଟର୍ଣ୍ଣ ମିଳିଥାଏ। ଡାକଘର ଆକାଉଣ୍ଟଗୁଡ଼ିକରେ ଏଫଡିରେ ୬.୨୫%ରୁ ୭.୫% ପର୍ଯ୍ୟନ୍ତ ସୁଧ ମିଳିଥାଏ। ବ୍ୟାଙ୍କରେ ଏହି ଦର ୩.୭୫%ରୁ ୭.୨୫% ହୋଇଥାଏ। ସେଭିଂ ବ୍ୟାଙ୍କ, ରିଚାର୍ଜିଙ୍ଗ ଡିପୋଜିଟ, ଟାଇମ ଡିପୋଜିଟ, ମାସିକ ଆୟ ଯୋଜନା, ସାର୍ବଜନୀନ ଭବିଷ୍ୟ ନିଧି, ରାଷ୍ଟ୍ରୀୟ ଜମା ପ୍ରମାଣପତ୍ର, ବରିଷ୍ଠ ନାଗରିକ ଜମା ଯୋଜନା, କୃଷକ ବିକାଶ ପତ୍ର ଏବଂ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଡାକଘରେ ଖୋଲାଯାଇପାରିବ।

nv

ସେଭିଂସ ଆକାଉଣ୍ଟ ଭାରତ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୨୦ ଟଙ୍କା ଦେଇ ଖୋଲାଯାଇପାରିବ। ଖାସ କଥା ହେଉଛି, ଏହି ଖାତାରେ ନ୍ୟୂନତମ ୫୦ ଟଙ୍କା ବାଲାନ୍ସ ରଖିବାକୁ ହେବ। ଡାକଘର ବ୍ୟାଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ସମ୍ପୂର୍ଣ୍ଣ ରୂପେ କର ପରିସର ବାହାରେ ଅଟେ। ଚେକ ଏବଂ ପାସବୁକ ମଧ୍ୟ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.