ଯୁକ୍ତ ୨ ବିଜ୍ଞାନ ପାସ୍ କରିଛନ୍ତି କି ? ଆର୍ମି ଚାକିରି କରିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରନ୍ତୁ ନାହିଁ

ଯଦି ଆପଣ ଯୁକ୍ତ ୨ ବିଜ୍ଞାନ ପାସ୍ କରିଛନ୍ତି, ତେବେ ଇଣ୍ଡିଆନ ଆର୍ମିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ପକ୍ଷରୁ ଟେକନିକାଲ ଏଣ୍ଟ୍ରି ସ୍କିମ(TES-46) କୋର୍ସ ପାଇଁ ଖାଲିପଡିଛି ପଦବୀ। ଏଯାଏଁ ଖାଲିପଡିଥିବା ପଦବୀ ସଂଖ୍ଯା ଜଣାପଡିନାହିଁ।

କିନ୍ତୁ ଚଳିତଥର ଏହି ଖାଲିପଡିଥିବା ପଦବୀରେ ନିଯୁକ୍ତି ପାଇଁ ଜେଇଇ ମେନ ପାସ୍ କରିଥିବା ନିତାନ୍ତ ଜରୁରୀ ହୋଇଛି। ଏହାଛଡା ଯୁକ୍ତ ୨ରେ ଫିଜିକ୍ସ, କେମେଷ୍ଟ୍ରି, ଗଣିତରେ ଅତିକମରେ ୬୦% ମାର୍କ ରଖିଥିବା ଜରୁରୀ।

ଦରମା: ମାସକୁ ୫୬,୧୦୦-୧,୭୭,୫୦୦ ଟଙ୍କା ।

ଏମିତି କରନ୍ତୁ ଆବେଦନ: ଏହି ବିଭାଗରେ ଭର୍ତ୍ତି ପାଇଁ ସର୍ଟ ନୋଟିଫିକେସନ ଜାରି କରାଯାଇଛି। ଏଥିରେ ଆବେଦନ କରିବାର ପ୍ରକ୍ରିୟା ମଇ-ଜୁନ୍ ୨୦୨୧ରୁ ଆରମ୍ଭ ହେବ। ଇଚ୍ଛୁକ ଯୋଗ୍ଯ ପ୍ରାର୍ଥୀ joinindianarmy.nic.in କୁ ଯାଇ ଆବେଦନ କରିପାରିବେ।

indian army

ଆବେଦନ ଶୁଳ୍କ: ଆବେଦନ କରିବା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ।

ବୟସ ସୀମା:ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ଅତିକମରେ ୧୬ ବର୍ଷ ୬ ମାସରୁ ଅଧିକ ଏବଂ ଅତିବେଶୀରେ ୧୯ ବର୍ଷ ୬ ମାସ ହୋଇଥିବା ଆବଶ୍ଯକ।

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ସର୍ଟଲିଷ୍ଟିଂ, ଏସଏସବି ଇଣ୍ଟରଭ୍ଯୁ, ମେଡିକାଲ ପରୀକ୍ଷା ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.