କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର: ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କମିବନି ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧହାର । ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ପ୍ରତ୍ୟାହର କଲେ କେନ୍ଦ୍ର ସରକାର । ସୁଧହାର ପୂର୍ବ ପରି ଅପରିବର୍ତ୍ତିତ ରହିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ଲାଗୁ ହୋଇଥାନ୍ତା । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଝଟ୍‌କା ଲାଗିଥାନ୍ତା ।

ହେଲେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି ସରକାର । ଅର୍ଥମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ସୁଧହାର ପୂର୍ବ ପରି ଚାଲୁ ରହିବ । ମାର୍ଚ୍ଚ ୨୦୨୧ ଦର ଚାଲୁ ରହିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ୍‌ । ପୂର୍ବ ପରି ପିପିଏଫରେ ଟଙ୍କା ଡିପୋଜିଟ କଲେ ୭ ଦଶମକ ୧ ପ୍ରତିଶତ ସୁଧ ମିଳିବ । NSC ସୁଧହାର ଓ ସୁକନ୍ୟା ସମୃଦ୍ଧି ଯୋଜନାରେ ବି ସୁଧ ପୂର୍ବ ପରି ରହିବ । ସୁକନ୍ୟା ସମୃଦ୍ଧି ଯୋଜନାରେ ପୂର୍ବ ପରି ସୁଧହାର ୭.ଦଶମିକ ୬ ପ୍ରତିଶତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.