ଯୁକ୍ତ ୨ ପାସ୍‌ କରିଥିଲେ ମିଳିବ ବ୍ୟାଙ୍କ ଚାକିରି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଛନ୍ତି କି ? ଯଦି ଆପଣ ବ୍ୟାଙ୍କ ଚାକିରି କରିବାକୁ ଇଚ୍ଛୁକ ରହିଥାନ୍ତି, ତେବେ ଆପଣଙ୍କ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପିଅନ ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରୁଛି। ଆପଣ ଯଦି ୧୨ସ ପାସ୍‌ କରିଥାନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ। ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ବିହାର ଚମ୍ପାରଣ ଜିଲ୍ଲାରେ ଏହି ନିଯୁକ୍ତି ମିଳିବ। ଇଚ୍ଛକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ pnbindia.in କୁ ଯାଇ ନୋଟିଫିକେସନ ଦେଖିପାରିବେ।

ପଦବୀ : ୧୫

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୧ ମାର୍ଚ୍ଚ ୨୦୨୨ ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ।

ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ୧୨ସ୍‌ ପାସ୍‌ କରିଥିବା ଜରୁରୀ। ଏହାଛଡା ଇଂଲିଶରେ ପଢିବା ଏବଂ ଲେଖିବା ନିତାନ୍ତ ଜରୁରୀ। ଗ୍ରାଜୁଏସନ ପାସ୍‌ କରିଥିଲେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।

ଦରମା : ଚୟନିତ ପ୍ରାର୍ଥୀଙ୍କ ଦରମା ମାସିକ ୧୪,୫୦୦ ରୁ ୨୮,୧୪୫ ଟଙ୍କା ରହିଛି।

ସରଂକ୍ଷିତ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ରିହାତି ମିଳିବ। ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷର ରିହାତି ମିଳିବ।

ଜାଣନ୍ତୁ କେମିତି କରିବେ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ନିଜର ଆବେଦନ ପତ୍ର ଏହି ଠିକଣାରେ ପଠାଇବାକୁ ଅନୁରୋଧ।

Deputy Circle Head – Support, HRD Department, Punjab National Bank, Circle Office, Bardhaman, 2nd Floor, Shri Durga Market, Police Line Bazar, GT Road, Bardhaman – 713103

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.