ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ, ଜାଣନ୍ତୁ କେତେ କମିଲା ଦାମ୍‌

ରବିବାର ଠାରୁ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ଆଜି ଗ୍ରାହକଙ୍କୁ ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ପିଛା ୧୮ ପଇସା କମ୍ ଟଙ୍କା ଦେବାକୁ ହେବ। ରବିବାରରୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୯ ପଇସା କମ୍‌ ହୋଇଥିବା ବେଳେ କୋଲକତାରେ ୧୧ ପଇସା, ମୁମ୍ବାଇରେ ୧୮ ପଇସା ଏବଂ ଚେନ୍ନାଇ ୨୦ ପଇସା ଶସ୍ତା ହୋଇଛି। ଦିଲ୍ଲୀରେ ଗତ ୬ ମାସରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ କମିବାରେ ଲାଗିଛି। ଏବେ ଲିଟର ପିଛା ଦିଲ୍ଲୀରେ ୭୦.୮୩ ପଇସା କଲିକତାରେ ୭୩.୫୧, ମୁମ୍ବାଇରେ ୭୬.୫୩ ଏବଂ ଚେନ୍ନାଇ ୭୩.୫୮ ଟଙ୍କା ଦେବାକୁ ପଡିବ।

pp

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହେଉଛି। ପୂର୍ବରୁ ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦାମ ପାଞ୍ଚ ଟଙ୍କା କମ୍ ହୋଇଥିଲା। ସେହିପରି ମୁମ୍ବାଇରେ ଏହା ଚାରି ପଇସା ଶସ୍ତା ହୋଇଛି। ଯାହାପରେ ଏହାର ଦାମ କ୍ରମଶଃ ୭୧.୮୯, ୭୪.୫୩, ୭୪.୬୮ ଏବଂ ୭୭.୫୬ ଟଙ୍କା ପ୍ରତି ଲିଟର ହୋଇଥିଲା। ସେହିପରି ଡିଜେଲ ବିଷୟରେ କହିବା ତ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ଡିଜେଲ ପାଞ୍ଚ ପଇସା କମ୍ ହୋଇଛି। ଏହି ସହରରେ ଲୋକଙ୍କୁ ଏକ ଲିଟର ଡିଜେଲ ପାଇଁ କ୍ରମଶଃ ୬୪.୬୫, ୭୬.୯୭, ୭୬.୭୫ ଏବଂ ୯୮.୨୭ ଟଙ୍କା ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.