Below header

କରୋନାକୁ ନେଇ କୋକୁଆ ଭୟ ! ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ୯୩ଟି ଦେଶକୁ ବ୍ୟାପିଲାଣି ଭାଇରସ୍‌

କରୋନାକୁ ନେଇ କୋକୁଆ ଭୟ । ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା । ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍‌ ୯୩ଟି ଦେଶକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୫ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଚୀନ୍‌ ପରେ ଇଟାଲୀରେ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଛି । ସେହିପରି ୫୬୭ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ କରୋନା ଭାଇରସ୍‌ ବଢି ଚାଲିଥିବାରୁ ନ୍ୟୁୟର୍କରେ ଏମରଜେନ୍ସି ଘୋଷଣା କରାଯାଇଛି । ନ୍ୟୁୟର୍କ ଗଭର୍ଣ୍ଣର ଏନେଇ ଘୋଷଣା କରିଛନ୍ତି । ସମୟ ଅନୁସାରେ ଲୋକଙ୍କୁ ଏନେଇ ଅପଡେଟ୍‌ କରାଯିବ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.