Below header

ଆନ୍ତର୍ଜାତୀୟ ମହିଳା ଦିବସର ବିଶେଷ ଅବସରରେ ଟ୍ୱିଟର ଜାରି କଲା ନୂଆ ଇମୋଜୀ, ଆପଣ ବି ଦେଖନ୍ତୁ

ମାଇକ୍ରୋ ବ୍ଲଗିଂଗ ସାଇଟ ଟ୍ୱିଟର ବିଶ୍ୱ ମହିଳା ଦିବସ -୨୦୨୦ର ଖାସ ଅବସରରେ ଏକ ସ୍ପେଶାଲ ଇମୋଜି ଜାରି କରିଛନ୍ତି ।ଏହାବାଦ ଟ୍ୱିଟର କମ୍ପାନୀ ନୂଆ ହାସ ଟ୍ୟାଗ # Every Woman କୁ ବି ଲଞ୍ଚ କରିଛି । ଏହା ଜରିଆରେ ୟୁଜର୍ସ ମାନେ ସହଜରେ ନିଜ ନିଜ ଭାବନାକୁ ଟ୍ୱିଟ ଜରିଆରେ ଦୁନିଆ ସାମ୍ନାରେ ପ୍ରକାଶ କରିପାରିବେ । ଆପଣଙ୍କୁ କହି ରଖିବା ଉଚିତ ହେବ କି, ଏହା ପୂର୍ବରୁ ବି ଟ୍ୱିଟର ଭିନ୍ନ ଭିନ୍ନ ବିଶେଷ ଇଭେଣ୍ଟ ଗୁଡିକୁ ସେଲିବ୍ରେଟ କରିବା ପାଇଁ ଇମୋଜି ଓ ହାସଟ୍ୟାଗ ମଧ୍ୟ ଜାରି କରିଛନ୍ତି । ମହିଳା ଦିବସର ବିଶେଷ ମୁହୂର୍ତ୍ତରେ ଟ୍ୱିଟର ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, ବିଗତ ୩ ବର୍ଷ ଭିତରେ ଏହି ହାସଟ୍ୟାଗ ସହ ପ୍ରାୟ ୧୨.୫ କୋଟି ଜଣ ଟ୍ୱିଟ କରିସାରିଲେଣି ।

ଏହା ସହ ଟ୍ୱିଟ ଜରିଆରେ ଆହୁରି ମଧ୍ୟ ଦାବି କରାଯାଇଛିଯେ, ସବୁ କ୍ଷେତ୍ରରେ ମହିଳା ମାନଙ୍କୁ ସମାନ ଅଧିକାର ମିଳିବା ନିହାତି ଦରକାର । ଆଉ ସବୁ ସ୍ଥାନରେ ବି ସେମାନଙ୍କ ସମ୍ମାନ ହେବା ଉଚିତ । ଏସିଆ ପାଶିଫିକର ଭାଇସ ପ୍ରେସିଡେଣ୍ଟ ମାୟା ହରି ନିଜ ବୟାନରେ କହିଛନ୍ତିକି, ମହିଳା ମାନଙ୍କ ପାଇଁ ଏହି ପ୍ଲାଟଫର୍ମ ଅତ୍ୟନ୍ତ ଉପଯୋଗୀ । ଏହା ସହ ଏହି ପ୍ଲାଟଫର୍ମ ମହିଳା ମାନଙ୍କ ଶବ୍ଦ ପାଲଟି ପାରିଛି | ଟ୍ୱିଟର ୱେଭରି ଜରିଆରେ ମହିଳା ମାନଙ୍କୁ ତାଙ୍କ ଅଧିକାର ନିକଟରେ ପହଞ୍ଚାଇପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.