ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ଦାମ୍‌

ସରକାରୀ ତେଲ କମ୍ପାନୀ ପକ୍ଷରୁ ଆଜି ପେଟ୍ରୋଲ ଏବଂ ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାପୂର୍ବରୁ ୩୦ ଜୁଲାଇରେ ଦିଲ୍ଲୀ ସରକାର ଡିଜେଲ ଦାମରେ ୮.୩୬ ଟଙ୍କା ହ୍ରାସ କରିଥିଲେ। ଯାହାପରେ ଦିଲ୍ଲୀରେ ଡିଜେଲ ଦାମ ବଜାରରେ ୭୩.୫୬ ଟଙ୍କା ପ୍ରତି ଲିଟର ହୋଇଯାଇଥିଲା। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୨ ପଇସା ବଢି ୮୨ଟଙ୍କା ୬୯ ପଇସା ରହିଛି । ସେହିପରି ଡିଜେଲ ପ୍ରତି ଲିଟର ପିଛା ୨୧ ପଇସା ବଢିଛି ଏବଂ ଏହାର ମୂଲ୍ୟ ରହିଛି ୭୯.୭୭ ଟଙ୍କା।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ

ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ ଏସଏମଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

Leave A Reply

Your email address will not be published.