Below header

ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ପଦକ ଜିତିଥିବା ଷ୍ଟାର ରେସଲର ରାହୁଲ ଅୱାରେ କରୋନା ପଜିଟିଭ

ଦେଶର ଆଉ ଜଣେ ଷ୍ଟାର ରେସଲର କରୋନା ମହାମାରୀ କବଳରେ ଫସିଛନ୍ତି। ବିଶ୍ୱ କୁସ୍ତି ଚାମ୍ପିୟନଶିପରେ କାଂସ୍ୟ ପଦକ ଜିତିଥିବା ରେସଲର ରାହୁଲ ଅୱାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜାତୀୟ ଶିବିର ପାଇଁ ଅବାରେ ଭାରତୀୟ ଖେଳ ପ୍ରାଧିକାରଣ(ସାଇ)ର ସୋନିପତ କେନ୍ଦ୍ରରେ ପହଞ୍ଚିବା ପରେ ତାଙ୍କର ଟେଷ୍ଟ ହୋଇଥିଲା ଏବଂ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା।

aa

ରାହୁଲଙ୍କ ପୂର୍ବରୁ ବି ବିନେଶ ଫୋଗଟ ଓ ଦୀପକ ପୁନିଆଙ୍କ ସମେତ ୪ ଅନ୍ୟ ରେସଲର କରୋନାରେ ସଂକ୍ରମିତ ହୋଇଛନ୍ତି। ରାହୁଲ ଗତବର୍ଷ ନୁର-ସୁଲତାନରେ ନନ-ଅଲମ୍ପିକ ୬୧ କିଲୋଗ୍ରାମ ଭାର ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ସାଇ ଏକ ବୟାନରେ କହିଛି, ପ୍ରୋକ୍ଟକଲ ଅନୁସାରେ ଅୱାରେଙ୍କୁ ବର୍ତ୍ତମାନ ସାଇର ଏକ ହସ୍ପିଟାଲରେ ରଖାଯିବ। ଶିବିର ପହଞ୍ଚିବା ପରଠୁ ସେ ପୃଥକବାସରେ ଥିଲେ ଏବଂ କାହା ସହିତ ସମ୍ପର୍କରେ ଆସି ନ ଥିଲେ, ନା ହିଁ ତାଙ୍କଠାରେ କୌଣସି ପ୍ରକାର ଲକ୍ଷଣ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.