ଗଜପତି ଜିଲ୍ଲାରୁ ପୁଣି କୋଟିଏ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଗିରଫ

ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏବଂ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ୨୦ କ୍ୱିଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିବା ସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ୬ ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ମୂଲ୍ୟ କୋଟିଏ ୨୦ ଲକ୍ଷ ଟଙ୍କା ହେବ ।

ସୂଚନା ଅନୁଯାୟୀ, ମୋହନା ଏବଂ ଅଡବା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୃଥକ ପୃଥକ ସ୍ଥାନ ରୁ ୨କୁଇଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିଥିଲା l ପଥରଗଡ଼ ଗ୍ରାମ ନିକଟରୁ ଏକ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଇ ରାସ୍ତା କଢାଇ ନେଉଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାର  ସହ ଏକ କଦଳୀ ବୋଝେଇ ଆଇଚର ଟ୍ରକ ନଂ UP 86 T 4520 ରୁ ୫୩୦କେଜି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍। ଏହି ଅଭିଯୋଗରେ ପୋଲିସ ଆଗ୍ରାର ନୁର ଇସଲାମ,ନାଶୁରୁଦ୍ଦିନ ଖାନ,ଗୁଲସନ ମଲ୍ଲିକ ଏବଂ ବିଜୟ ସିଂ କୁ ଗିରଫ କରାଯାଇଛି । ଏହି ଗଞ୍ଜେଇ ଗଜପତିରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଜଣାପଡିଛି।

ସେହିଭଳି ଅଡବା ପୋଲିସ ପେଟ୍ରୋଲିଙ୍ଗ ବେଳେ କେଶରୀଗୁଡା ଛକରୁ ଏକ ବୋଲେରୋ ପିକଅପ ନଂ OD 07 AD 1913 ରୁ ୧୬୨୯ କେଜି ଗଞ୍ଜେଇ ଜବତ କରିଛି । ଏହାସହ ଗଞ୍ଜାମ ଜ଼ିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳ ର ଏସ୍.ଦିଲେଶୁ ଦୋରା ଏବଂ ସନ୍ତୋଷ ସାହୁ କୁ ଗିରଫ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.