କରୋନାରୁ ରକ୍ଷା କରୁଥିବା ହ୍ୟାଣ୍ଡ ସାନିଟାଇଜର ମହିଳାଙ୍କ ପାଇଁ ସାଜିଲା କାଳ, ମହମବତି ନିଆଁ କବଳରେ ଆସିଗଲା ପୂରା ଶରୀର

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କୋଭିଡ-୧୯ ମହାମାରୀରୁ ବଞ୍ଚାଉଥିବା ସାନିଟାଇଜର କାହାର ବି ଜୀବନ ପ୍ରତି ବିପଦ ହୋଇପାରେ। କାରଣ, ଏମିତି ହିଁ ଏକ ଘଟଣା ଘଟିଛି ଆମେରିକାର ଟେକ୍ସସ ସହରରେ। ଏଠାରେ ଜଣେ ମହିଳାଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ମରଣାନ୍ତକ ପାଲଟିଛି। କଥାଟି ହେଲା, ମହିଳା ଜଣକ ଯେତେବେଳେ ମହମବତି ଜଳାଇଥିଲେ, ସେହି ସମୟରେ ପାଖରେ ଥିବା ସାନିଟାଇଜର ବୋତଲ ନିଆଁ ସଂସ୍ପର୍ଶରେ ଆସି ଫାଟିଯାଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାଙ୍କ ନାଁ କେଟ ୱାଇଜ। ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି।

cv

ତେବେ ଏହି ଦୁର୍ଘଟଣା ବିଷୟରେ କେଟ କହିଛନ୍ତି, ‘କରୋନାରୁ ରକ୍ଷା ପାଇବା ପାଇଁ ମୁଁ ଓ ମୋ ୩ ଝିଅ ପ୍ରତିଦିନ ନିୟମିତ ରୂପେ ସାନିଟାଇଜର ଲଗାଉଥିଲୁ। ଦୁର୍ଘଟଣା ଦିନ ବି ମୁଁ ହାତରେ ସାନିଟାଇଜର ଲଗାଇଥିଲି। ଯେତେବେଳେ ମହମବତି ଲଗାଇଲି, ସେତେବେଳେ ହଠାତ ମୋ ହାତ ନିଆଁ ସଂସ୍ପର୍ଶରେ ଆସିଗଲା। ହ୍ୟାଣ୍ଡ ସାନିଟାଇଜର ଯୋଗୁ ମୋ ହାତ, ମୁଁହ ଓ ପୂରା ଶରୀର ନିଆଁ କବଳରେ ଆସିଯାଇଥିଲା’।

cc

ସେପଟେ ନିଜ ମା’ଙ୍କର ଏଭଳି ଅବସ୍ଥା ଦେଖି ତାଙ୍କର ଦୁଇ ଝିଅ ସହାୟତା ମାଗିବା ପାଇଁ ଘର ବାହାରକୁ ଦୌଡିଥିଲେ। ତେବେ କେଟଙ୍କୁ ଉଦ୍ଧାର କରିବା ବେଳକୁ ତାଙ୍କ ଶରୀରର ଅଧା ଅଂଶ ପୋଡିଯାଇଥିଲା। ନିଆଁ କବଳରେ ଥିବା ସତ୍ତ୍ୱେ ସେ ପିନ୍ଧା କପଡ଼ାକୁ ଉତାରି ଦେଇଥିଲେ ଏବଂ ନିଜ ଦିବ୍ୟାଙ୍ଗ ଝିଅ ଓ ପୋଷା କୁକୁରକୁ ଘର ବାହାରକୁ ବାହାର କରିବାରେ ସଫଳ ହୋଇଥିଲେ। ଏହି ମାମଲାରେ ବର୍ତ୍ତମାନ ଦ ରାଉଣ୍ଡ ରକ ଫାୟାର ଡିପାର୍ଟମେଣ୍ଟ ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.