Below header

ବଢ଼ିଲା ତେଲ ଦର, କମିଛି ସୁନା ଦର; ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ : ସାରା ଦେଶରେ ଖାଉଟି ଏବେ ହନ୍ତସନ୍ତ । ମହଙ୍ଗା ମାଡ଼ରେ ଅଥୟ । ପନିପରିବା ସାଙ୍ଗକୁ ପିଆଜର ଆକାଶ ଛୁଆଁ ଦର ଚିନ୍ତାରେ ପକାଇଥିବା ବେଳେ ଏବେ ସରକାର ତେଲ ଦର ବଢ଼ାଇ ଦେଲେଣି । ଆଜି ଜାତୀୟ ସ୍ତରରେ ପେଟ୍ରୋଲ ଦର ୭୫ ଟଙ୍କାରେ ପହଞ୍ଚିଛି । ଯାହା ଚଳିତ ବର୍ଷରେ ସର୍ବାଧିକ ଦର । ଆଜି ତୈଳ କମ୍ପାନୀମାନେ ପେଟ୍ରୋଲରେ ୫ ପଇସା ଏବଂ ଡିଜେଲ୍‌ରେ ୧୦ ପଇସା ବଢ଼ାଇଛନ୍ତି । ତେବେ ଧୀରେ ଧୀରେ ପେଟ୍ରୋଲ ଦର ବଢ଼ି ୭୫ ଟଙ୍କାରେ ପହଞ୍ଚି ଗଲାଣି । ସେପଟେ ଡିଜେଲ୍‌ ଦାମ ଲିଟର ପିଛା ୬୬.୦୪ ପଇସା ହୋଇଛି । ମୁମ୍ବାଇରେ ଆଜି ପେଟ୍ରୋଲ ଦାମ୍‌ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଛି ।
ଅବଶ୍ୟ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୭୩ ଟଙ୍କା ୯୦ ପଇସା ଥିବା ବେଳେ ଡିଜେଲ୍‌ ୭୦.୭୫ ପଇସା ରହିଛି । ଗତକାଲି ଡିଜେଲ ଦର ୭୦.୬୭ ପଇସା ଥିଲା । ପେଟ୍ରୋଲ ଦର ଗତ ଚାରି ଦିନ ହେବ ସମାନ ରହିଛି । ତା ପୂର୍ବରୁ ଡିସେମ୍ବର ୫ ତାରିଖରେ ଦର ୭୩.୯୭ ପଇସା ଥିଲା ।

ଆଜି କମିଛି ସୁନା ଦର

ସେପଟେ ଆଜି ଭୁବନେଶ୍ୱରରେ ସୁନା ଦର କମିଛି । ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ଦର ୩୬,୦୦୦ ଟଙ୍କା ରହିଛି । ଯାହା ଗତକାଲି ଥିଲା ୩୬,୧୨୦ ଟଙ୍କା । ସେହିପରି ୨୪ କ୍ୟାରେଟ୍‌ ସୁନା ଦାମ୍‌ ୩୯,୨୭୦ ଟଙ୍କା ରହିଛି । ଗତକାଲି ଏହାର ଦାମ୍‌ ଥିଲା ୩୯,୫୩୦ ଟଙ୍କା ।

GOLD

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.