ମାଟିରୁ ୩୦୦୦ ଫୁଟ ତଳେ ରହିଛି ଏହି ଗାଁ, ଯେଉଁଠି ସାଧାରଣ ଜୀବନଯାପନ କରନ୍ତି ଲୋକେ

ଦର୍ଶକବନ୍ଧୁ ବିଶ୍ଵରେ ରହିଥିବା ଅନେକ ଆଶ୍ଚର୍ଯ୍ୟକର ଗାଁ ବିଷୟରେ ତ ଆପଣ ନିଶ୍ଚୟ ଶୁଣିଥିବେ କିନ୍ତୁ କଣ ଆପଣ କେବେ ମାଟିତଳେ ରହିଥିବା କୌଣସି ଗାଁ ବିଷୟରେ ଶୁଣିଛନ୍ତି କି ? ଲୋକମାନେ ଉନ୍ନତ ସୁଖ ସୁବିଧା ପାଇଁ ସାଧାରଣତଃ ଗାଁ ଛାଡି ସହରକୁ ପଳାଇଯାଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯାହା ରହିଛି ଭୂମିରୁ ୩୦୦୦ ଫୁଟ ତଳେ । ତାହେଲେ ଆସନ୍ତୁ ଜାଣିବା ଏହି ଗ୍ରାମ ବିଷୟରେ ।

ଆମେରିକା, ଏହି ନାମ ଶୁଣିବା ମାତ୍ରେ ହିଁ ଆମ ମନରେ ଆସିଥାଏ ବଡ଼ ବଡ଼ ବିଲ୍ଡିଙ୍ଗସ, ଦାମୀ କାର କିମ୍ବା ଫ୍ୟାସନେବୁଲ ଲୋକଙ୍କ ଛବି କିନ୍ତୁ ଏହି ଆମେରିକାରେ ରହିଛି ଏପରି ଏକ ସ୍ଥାନ ଯାହା ଆଜିବି ବହୁତ ପଛରେ ରହିଯାଇଛି । ଏଠାକାର ଲୋକମାନେ ଆଜିବି ସମାଜଠୁ ବହୁତ ଦୂରରେ । ତେବେ ତାଠାରୁ ମଧ୍ୟ ଆଶ୍ଚର୍ଯ୍ୟକର ହେଉଛି ଏହି ଗ୍ରାମ ଯାହାକି ମାଟି ଉପରେ ନୁହେଁ ବରଂ ରହିଛି ମାଟିତଳେ । ପାଖାପାଖି ୩୦୦୦ ଫୁଟ ତଳେ ଅବସ୍ଥିତ ଏହି ଗ୍ରାମ ।

Image result for supoi-village-in-america-under-3000-feet

ଆମେରିକାର ପ୍ରସିଦ୍ଧ ଗ୍ରାଣ୍ଡ କେନିୟନ ଯାହାକୁ ଦେଖିବା ପାଇଁ ପ୍ରତିବର୍ଷ ପ୍ରାୟ ୫୫ ଲକ୍ଷ ଲୋକ ଏରିଜୋନା ଯାଇଥାନ୍ତି । ତେବେ ଏହାର ନିକଟରେ ରହିଛି ହଵାସୁ କେନିୟନ ଯାହା ନିକଟରେ ରହିଛି ଏକ ଗଭୀର ଖାଇ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଖାଇ ମଧ୍ୟରେ ରହିଛି ଏକ ଗାଁ ଯାହାର ନା ସୁପାଇ । ଏହି ଗ୍ରାମରେ ପାଖାପାଖି ୨୦୮ ଜଣ ଲୋକ ବାସ କରନ୍ତି । ସୁପାଇରେ ବାସ କରନ୍ତି ଆମେରିକାର ମୂଳ ନିବାସୀ ରେଡ ଇଣ୍ଡିଆନ । କେବଳ ସେତିକି ନୁହେଁ ଏହି ଗାଁ ଟି ଆମେରିକାରେ ଅବସ୍ଥିତ ହୋଇ ମଧ୍ୟ ରହିଛି ଆଧୁନିକତାଠୁ ବହୁତ ଦୂରରେ ।

ବାହ୍ୟ ଦୁନିଆଠାରୁ ବିଛିନ୍ନ ଏହି ଗାଁ ର ଲୋକମାନେ ଏକ ଭିନ୍ନ ପ୍ରକାରରେ ନିଜ ଜୀବନ ଅତିବାହିତ କରନ୍ତି, । ସେମାନଙ୍କର ରହିଛି ଏକ ଅଲଗା ଦୁନିଆ ଯେଉଁଠି ତାଙ୍କର ଭିନ୍ନ ପରମ୍ପରା ଓ ରୀତିନୀତି ରହିଛି । ତେବେ ଏହି ଗ୍ରାମକୁ ଯିବା ଆସିବା ପାଇଁ ରାସ୍ତା ମଧ୍ୟ ସୀମିତ । କାରଣ ଏଠାକୁ ଯିବାପାଇଁ ହେଲେ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡିବ । ଯେପରିକି ଆପଣଙ୍କୁ ଏଠାକୁ ପାଦରେ ଚାଲି ଚାଲି ଯିବାକୁ ପଡିବ ନଚେତ ଘୋଡାଗାଡିରେ ବସି ଯିବାକୁ ପଡିବ ।

Image result for supoi-village-in-america-under-3000-feet

ଆଜିର ସମୟରେ ଏହି ଗ୍ରାମ ଏତେ ପଛରେ ଅଛି ଯେ ଏଠାକାର ଲୋକମାନେ ଆଜିବି ଚିଠି ନେବା ଆଣିବା ପାଇଁ ଘୋଡାଗାଡିର ବ୍ୟବହାର କରିଥାନ୍ତି । କାରଣ ଏଠାରେ ନା ରହିଛି ଇ-ମେଲ, ନା ଫ୍ୟାକ୍ସ ନା ହିଁ ଫୋନ । ଆମେରିକା ଭଳି ଉନ୍ନତ ରାଷ୍ଟ୍ର ଯାହାକୁ ଆଜିବି ସାରା ଦୁନିଆ ଅନୁକରଣ କରିଥାଏ ସେଠାରେ ଆଧୁନିକୀକରଣଠାରୁ ବହୁତ ଦୂରରେ ଏହି ଗ୍ରାମ ରହିବା ସତରେ ବହୁତ ଆଶ୍ଚର୍ଯ୍ୟର କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.