Post Office ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ୧ ଅକ୍ଟୋବରରୁ ହୋଇପାରେ ଏହିସବୁ ପରିବର୍ତ୍ତନ

ଯଦି ଆପଣ ପୋଷ୍ଟ ଅଫିସ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। ସୂଚନା ମୁତାବକ ଆସନ୍ତାକାଲି ଅର୍ଥାତ ୧ ଅକ୍ଟୋବର ଠାରୁ ପୋଷ୍ଟ ଅଫିସର ସୁଧ ହାରରେ ପରିବର୍ତ୍ତନ ହୋଇପାରେ। ପ୍ରତ୍ୟେକ ତିନି ମାସରେ ପୋଷ୍ଟ ଅଫିସର ସୁଧ ହାର ସମୀକ୍ଷା କରାଯାଇଥାଏ। ଏହାପରେ ମାସର ପ୍ରଥମ ତାରିଖରେ ନୂଆ ସୁଧ ହାର ଲାଗୁ କରାଯାଇଥାଏ। କିନ୍ତୁ ଏଥର ସମୀକ୍ଷା ଜରରିଆରେ ସୁଧ ହାରରେ ହ୍ରାସ କରାଯାଇପାରେ କିମ୍ବା ସ୍ଥିର ରହିପାରେ। ଏହାବ୍ୟତୀତ ସୁଧ ହାରରେ ବୃଦ୍ଧି ମଧ୍ୟ ହୋଇପାରେ। ଏସବୁ ମଧ୍ୟରେ ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ନିବେଶ କରିପାରିବେ।

ସୂଚନା ଯୋଗ୍ୟ ପୋଷ୍ଟ ଅଫିସ ନିବେଶକଙ୍କ ପ୍ରଥମ ପସନ୍ଦ। କାରଣ ଏଠାରେ ନିବେଶ କରିବା ଦ୍ୱାରା ଆପଣଙ୍କ ଭଲ ସୁଧ ହାର ମିଳିଥାଏ। ଏଥିସହ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ। ଏଥିରେ ଆପଣ ବିନା କୌଣସି ଦ୍ୱନ୍ଦରେ ଟଙ୍କା ଜମା ରଖିପାରିବେ। ପୋଷ୍ଟ ଅଫିସରେ ବିଭିନ୍ନ ବର୍ଗଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା ଜରିଆରେ ଆପଣ ଟଙ୍କା ଜମା ରଖିପାରିବେ।

post office moneyପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟରେ ଆପଣଙ୍କୁ ୪ ପ୍ରତିଶତ ଦରରେ ସୁଧ ମିଳିଥାଏ। ସେଭିଂ ଆକାଉଣ୍ଟରେ ଗ୍ରାହକଙ୍କୁ ଖାତାରେ ଅତି କମରେ ୫୦୦ ଟଙ୍କା ଜମା ରଖିବାକୁ ପଡିବ। ସୂଚନା ମୁତାବକ ଏହା ପୂର୍ବରୁ ମିନିମମ ବାଲାନ୍ସ ସୀମା ୫୦ ଟଙ୍କା ଥିଲା। କିନ୍ତୁ ବର୍ତ୍ତମାନ ଯଦି ଆପଣଙ୍କ ଖାତାରେ ୫୦୦ ଟଙ୍କା ଜମା ନରୁହେ ତେବେ ଆର୍ଥିକ ବର୍ଷ ଶେଷରେ ୧୦୦ଟଙ୍କା ପେନାଲ୍ଟି ଲାଗିବ।

ପୋଷ୍ଟ ଅଫିସ ଫିକ୍ସ ଡିପୋଜିଟ୍‌ ରେ ନିବେଶକ ୫.୮% ଦରରେ ସୁଧ ପାଇପାରିବେ। ପୋଷ୍ଟ ଅଫିସ ଫିକ୍ସ ଡିପୋଜିଟ୍‌ ରେ ୧ ରୁ ୩ ବର୍ଷ ପାଇଁ ୫.୫% ସୁଧ ହାର ରହିଛି। ସେହିପରି ୫ବର୍ଷିୟ ଫିକ୍ସ ଡିପୋଜିଟ୍‌ ଉପରେ ୬.୭% ସୁଧ ହାର ରହିଛି। ଏହାବ୍ୟତୀତ ପୋଷ୍ଟ ଅଫିସରେ ୫ ବର୍ଷର ଫିକ୍ସ ଡିପୋଜିଟ୍‌ ଉପରେ ନିବେଶକଙ୍କୁ ଆୟକର ଅଧିନିୟମ, ୧୯୬୧ ଧାରା ୮୦ ସି ଜରିଆରେ ଟ୍ୟାକ୍ସ ଛାଡ ମଧ୍ୟ ମିଳିବ।
ଏସବୁ ବ୍ୟତୀତ ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍‌ ମଧ୍ୟ ଏକ ସୁରକ୍ଷିତ ନିବେଶର ଭଲ ବିକଳ୍ପ। ଏହି ଯୋଜନାର ମାଚ୍ୟୁରିଟି ସମୟ ୫ ବର୍ଷ ହୋଇଥାଏ। ଏନଏସସି ଉପରେ ସୁଧ ହାର ୬.୮% ରହିଛି ଏବଂ ଏହି ସୁଧ ହାର ବାର୍ଷିକ ରୂପେ ଚକ୍ରବୃଦ୍ଧି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.