ଏବେ ରାସନକାର୍ଡ ନଥିଲେ ମଧ୍ୟ ଆପଣ ପାଇପାରିବେ ଖାଦ୍ୟ ସାମଗ୍ରୀ, ଜାଣନ୍ତୁ କିପରି

ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଏବେ ବିନା ରାସନକାର୍ଡରେ ମଧ୍ୟ ଆପଣ ମାଗଣାରେ ଜିନିଷ ପାଇପାରିବେ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ନୂଆ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଏବେ ଦେଶର ସବୁ ରାଜ୍ୟରେ ମାଗଣା ରାସନ କାର୍ଡ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଏବେ ସବୁ ରାଜ୍ୟରେ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ। ଏହାକୁ ପ୍ରାଥମିକ ଭାବେ ଦିଲ୍ଲୀ-ଏନସିଆର ରେ ଲାଗୁ କରାଯାଇଛି।
କେନ୍ଦ୍ର ସରକାର ଓ୍ଵାନ ନେସନ ଓ୍ଵାନ ରାସନ୍ କାର୍ଡ ସ୍କିମ ବାହାର କରିଛନ୍ତି। ଏଥିରେ ସମସ୍ତଙ୍କୁ ଫ୍ରିରେ ରାସନ କାର୍ଡ ଅନ୍ତର୍ଗତ ସମସ୍ତ ସୁବିଧା ମିଳିବ। ଏବେ ଜାଣନ୍ତୁ କେମିତି ଉଠାଇବେ ଫାଇଦା..
ସରକାରଙ୍କ ଏହି ସ୍କିମର ଫାଇଦା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଲାଗୁ ହୋଇସାରିଛି। ଏଠାରେ ବିନା ରାସନ କାର୍ଡରେ ଫ୍ରିରେ ଖାଦ୍ୟ ସାମଗ୍ରୀ ମିଳୁଛି। ଯାହାର ଫାଇଦା ଏବେ ସମସ୍ତେ ଉଠାଇବେ। ଅନ୍ୟପକ୍ଷରେ ସରକାର ନୂଆ ରାସନ କାର୍ଡ ଓ ପୁରୁଣା ରାସନ କାର୍ଡରେ ନାମ ଯୋଡ଼ିବା ସହ ଅଯୋଗ୍ୟ ପ୍ରାର୍ଥୀଙ୍କ ନାମ ହଟାଇବାର କାମ ଆରମ୍ଭ କରିଛନ୍ତି। ତେବେ ଏହାରି ମଧ୍ୟରେ ସବୁଠୁ ଜରୁରୀ କଥା ହେଉଛି ରାସନ କାର୍ଡ ଧାରୀଙ୍କ ଏହି ଖାତା ଆଧାର କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହିବା ଦରକାର। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ ଏନସିଆରରେ ସସ୍ପେଣ୍ଡ କୋଡକୁ ଲିଙ୍କ କରିଦିଆଯାଇଛି।
ଦିଲ୍ଲୀ ସରକାର ଏବେ ଏହି ସ୍କିମ ଅନ୍ତର୍ଗତ ସମସ୍ତ ଖାଦ୍ୟ ସାମଗ୍ରୀକୁ ଇ-ପିଓଏସ୍ ମାଧ୍ୟମରେ ଲାଗୁ କରାଯାଇଛି। ଏବେ ଏହା ଅନ୍ତର୍ଗତ ସମସ୍ତ ଲାଭାର୍ଥିୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳିବେ। ତେବେ ଏଥିପାଇଁ ଆପଣଙ୍କ କାର୍ଡ ଆଧାର କିମ୍ବା ବ୍ୟାଙ୍କ ସହ ଲିଙ୍କ ହେବା ଆବଶ୍ୟକ। ଏହାସହ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହିଁ ତେବେ ବି ଆପଣଙ୍କ କାର୍ଡ ସାହାଯ୍ୟରେ ଅନ୍ୟମାନେ ରାସନ ଉଠାଇପାରିବେ। ଏହାର ଫାଇଦା ଏବେ ପୁରା ଦେଶବାସୀ ଉଠାଇବେ।