Below header

“ପୁଷ୍ପା” ଗୀତର ତାଳେ ତାଳେ ଥରେ ଏହି ବରଯାତ୍ରୀଙ୍କ ଡ୍ୟାନ୍ସ ଦେଖନ୍ତୁ ତ, ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା ଯେବେଠାରୁ ରିଲିଜ ହୋଇଛି ସେବେଠାରୁ ହିଁ ଏହାର ଗୀତ ଓ ଏହାର ଡ଼ାଇଲଗ ଲୋକଙ୍କ ହୃଦୟ ଜିଣି ନେଇଛି ଯେମିତି । ଏବେ ବି ଲୋକଙ୍କ ମନରୁ ପୁଷ୍ପାର ପାଗଳାମି ଓଲ୍ହାଇ ନାହିଁ । ଲୋକେ ଏବେ ବି ଏହାର ଗୀତ ଓ ଡ଼ାଇଲଗ ଉପରେ ଖୁବ ଜୋରଦାର ଭାବରେ ରିଲସ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରୁଥିବା ନଜର ଆସୁଛନ୍ତି । ବର୍ତ୍ତମାନ ସମୟରେ ପୁଷ୍ପାର ଶ୍ରୀବଲ୍ଲି ଗୀତରେ ଡ୍ୟାନ୍ସ କରିବା ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଯାହାର ତାଳେ ତାଳେ ସମସ୍ତେ ମଜ୍ଜି ଯାଉଥିବା ନେଇ ଅନେକ ନଜିର ବି ରହିଛି ।

 

 

 

 

କିଛି ଦିନ ତଳେ ଏକ ବରଯାତ୍ରୀ ଦଳର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା । ଯେଉଁଥିରେ ସମସ୍ତ ବରଯାତ୍ରୀ ଏକାସାଥିରେ ଶ୍ରୀବଲ୍ଲୀ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି | ନାଚୁଥିବା ସମସ୍ତ ଯାତ୍ରୀ ନିଜ ନିଜ ଅନ୍ଦାଜରେ ଅଲ୍ଲୁ ଅର୍ଜୁନଙ୍କୁ କପି କରୁଥିବା ଦେଖାଦେଇଛି । କିଛି ଜଣ ତ “ଫ୍ଲାବର ସମଝେ କ୍ୟା…..ମେଁ ଫ୍ଲାବର ନହିଁ ଫାୟର ହେ” ଡ଼ାଇଲଗ କହି ଆକ୍ସନ କରୁଥିବା ଦେଖାଦେଇଛନ୍ତି । କୌଣସି ଏକ ଫିଲ୍ମକୁ ନେଇ ଏମିତି ପାଗଳାମି ଆପଣ ହୁଏତ ପୂର୍ବରୁ କେବେ ବି ଦେଖିନଥିବେ । ଆଉ ଆମେ ବି ଆପଣଙ୍କୁ କହିରଖୁଛୁ ଏହି ଭିଡିଓ ଟିକୁ ଦେଖିବା ପରେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ । ହସି ହସି ତଳେ ଗଡ଼ି ଯିବେ ନିଶ୍ଚୟ । ଭିଡିଓଟି ବି ଖୁବ ମଜାଦାର ହୋଇଛି । ଲୋକେ ବି ବାରମ୍ବାର ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.