ତ୍ୱଚା ଓ କେଶ ପାଇଁ କୌଣସି ବରଦାନଠୁ କମ୍ ନୁହେଁ ମୂଳା, ଜାଣନ୍ତୁ କେମିତି କରିବେ ବ୍ୟବହାର

ମୂଳାକୁ ପ୍ରତ୍ୟେକ ଘରେ ଭୋଜନରେ ବ୍ୟବହାର କରାଯାଏ। ଭଜା ହେଉ କି ଡାଲମା, ସବୁ ଖାଦ୍ୟର ସ୍ୱାଦକୁ ମୂଳା ବଢ଼ାଇ ଦିଏ। କିଛି ଲୋକ ମୂଳାକୁ କଞ୍ଚା ସାଲାଡ୍ ଭାବେ ମଧ୍ୟ ଖାଇଥାନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ପେଟର ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ବୋଧେ କମ୍ ଲୋକ ଜାଣିଥିବେ ଯେ ମୂଳା କେବଳ ଶରୀର ପାଇଁ ନୁହେଁ, ତ୍ୱଚା ଓ କେଶ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ। ମୂଳାର ପେଷ୍ଟ ତିଆରି କରି ମୁହଁ ଓ କେଶରେ ଲଗାଇଲେ, ଅନେକ ସମସ୍ୟା ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ମୂଳା ଫେସ୍ପ୍ୟାକ୍ ଓ ହେୟାର ପ୍ୟାକ୍ର ପ୍ରସ୍ତୁତି ଓ ଫାଇଦା ସମ୍ପର୍କରେ…
ମୁହଁରେ ମୂଳା ବ୍ୟବହାର କରିବାକୁ ଚାହୁଁଥିଲେ, ଏଥିପାଇଁ ପ୍ରଥମେ ମୂଳାକୁ ଗ୍ରାଇଣ୍ଡିଂ କରି କିଛି ଲେମ୍ବୁ ରସ ମିଶାନ୍ତୁ। ଏଥିରେ କିଛି ବୁନ୍ଦା ଅଲିଭ୍ ଅଏଲ୍ ମିଶାଇ ଭଲ ଭାବେ ଗୋଳାଇ ନିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ପେଷ୍ଟ ଶୁଖିଯିବା ପରେ ସାଦା ପାଣିରେ ମୁହଁକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଏଭଳି କରିବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ତ୍ୱଚା ସଫା ମଧ୍ୟ ହୋଇଯିବ।
ସେହିପରି ଯଦି କେଶରେ ମୂଳା ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ମୂଳା ରସକୁ ନଡ଼ିଆ ତେଲରେ ମିଶାଇ ଚୁଟି ମୂଳରେ ମାଲିସ କରନ୍ତୁ। ୨୦ରୁ ୨୫ ମିନିଟ୍ ପରେ ଚୁଟିକୁ ସାଦା ପାଣିରେ ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ସାମ୍ପୁ ବି ବ୍ୟବହାର କରିପାରିବେ। ଏଭଳି କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂର ହେବା ସହ ରୁପି ବି ହେବେ ନାହିଁ। କେଶକୁ ଚମକଦାର ଓ ମଜଭୁତ କରିବା ପାଇଁ ମଧ୍ୟ ଆପଣ ମୂଳା ବ୍ୟବହାର କରିପାରିବେ।
Also Read: ଛିଃ ଏତେ ନୃଶଂସ! ଶାରୀରିକ ସମ୍ପର୍କ ବେଳେ ରାଗ ଚିଡ଼ିବାରୁ ବୟଫ୍ରେଣ୍ଡ୍ର ଗୁପ୍ତାଙ୍ଗ କାଟିଲା ପ୍ରେମିକା