ପ୍ରଚୁର ଧନ ପାଇବା ପାଇଁ ଥରେ ଯାଆନ୍ତୁ ଏହି ମନ୍ଦିର, ମିଳିବ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶିର୍ବାଦ

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ। ଦେଶରେ ମାତାଙ୍କର ଏଭଳି ମନ୍ଦିର ରହିଛି ଯାହାକୁ ଦେଖିବା ମାତ୍ରେ ଆର୍ଥକ ସମସ୍ୟା ସମାଧାନ ହୋଇଯାଏ ।ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଭାରତରେ ମା’ ଲକ୍ଷ୍ମୀଙ୍କର ବିଭିନ୍ନ ମନ୍ଦିର ରହିଛି । ତେବେ ଆଜି ଆମେ ଆପଣଙ୍କୁ ମା’ଙ୍କର ଏପରି ମନ୍ଦିରକୁ ନେଇଯିବୁ ଯେଉଁଠିକୁ ଗଲେ କେବେ ଆପଣଙ୍କର ରହିବନି ଆର୍ଥିକ ସଙ୍କଟ ।

ମାତା ଲକ୍ଷ୍ମୀଙ୍କ କୃପା ସମସ୍ତେ ପାଇବା ପାଇଁ ଚାହାନ୍ତି । କାରଣ ଧନର ଦେବୀ ମା’ ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତା’ର ସବୁ ଅସୁବିଧା ଦୂର ହୋଇଥାଏ । ଏଥିପାଇଁ ସମସ୍ତେ ମା’ଙ୍କ ପୂଜା କରିବା ପାଇଁ ବ୍ୟଗ୍ର ଥା’ନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ମାତା ଲକ୍ଷ୍ମୀଙ୍କ ମନ୍ଦିର ସମ୍ପର୍କରେ କହିବୁ,ଯେଉଁଠି ମାତାଙ୍କ ପ୍ରତିମା ଭିନ୍ନ ରୂପରେ ଦେଖିବା ପାଇଁ ପାଇବେ ।

ଏହି ମନ୍ଦିର କର୍ଣ୍ଣାଟକ ହସନ ଠାରୁ ୧୬ କି.ମି ଦୂର ଡୋଦଗାଦବଲୀ ଗାଁରେ ରହିିଛି। ଏହି ମନ୍ଦିର ୯୦୦ ବର୍ଷ ପୂରୁଣା । ଐତିହାସିକଙ୍କ ମତରେ ଏହି ମନ୍ଦିରର ନିର୍ମାଣ ୧୧୧୩-୧୪ ମଧ୍ୟରେ ଶାସକ ବିଷ୍ଣୁବର୍ଦ୍ଧନଙ୍କ ସମୟରେ ହୋଇଥିବାର ଶୁଣାଯାଏ। ମନ୍ଦିରର ମୁଖ୍ୟ ଦେବୀ ମାତା ଲକ୍ଷ୍ମୀ । ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି ।

laxmi mata
pc: youtube

ମନ୍ଦିରର ୪ ଦିଗରେ ୪ଟି ଗୃହ ରହିଛି । ସବୁଠୁ ବଡ଼ କଥା ହେଲା ସେସବୁ ନିଜ ନିଜ ମଧ୍ୟରେ ଯୋଡ଼ି ହୋଇ ରହିଛି । ପୂର୍ବ ଗର୍ଭ ଗୃହରେ ମା’ ଲକ୍ଷ୍ମୀ ବିରାଜମାନ ଅଛନ୍ତି । ମା’ଙ୍କର ଡାହାଣ ହାତରେ ଶଙ୍ଖ ଓ ଉପର ବାମ ହାତରେ ଚକ୍ର ରହିଛି । ମା’ ଙ୍କର ଦୁଇ ପାର୍ଶ୍ୱରେ ଦୁଇ ପରିଚାରିକା ଅଛନ୍ତି ।
ଏହାଛଡ଼ା ମନ୍ଦିରରେ ନୃତ୍ୟ ରତ ଶିବ, ମଇଁଷି ଉବରେ ବିରାଜମାନ ଯମ, ସମୁଦ୍ର ଦେବତା ବରୁଣଙ୍କ ପ୍ରତିମା ରହିଛନ୍ତି । ସେହିପରି ମନ୍ଦିରର ଉତ୍ତର ପାର୍ଶ୍ୱରେ ଦେବରାଜ ଇନ୍ଦ୍ରଙ୍କ ମୂର୍ତ୍ତି ରହିଛି ଯେକି ତାଙ୍କର ବାହାନ ଐରାବତ ଉପରେ ବିରାଜମାନ ଅଛନ୍ତି । ଏଥିସହ ଦେବରାଜ ଇନ୍ଦ୍ରଙ୍କର ବଜ୍ର ସହ ଇନ୍ଦ୍ରାଣୀ ମଧ୍ୟ ଥିବା ଦେଖାଯାଇଛି ।

laxmi and money
Photo credit: Newskari

ଏହାସହ ମହାରାଷ୍ଟ୍ରର କୋହ୍ଲାପୁରରେ ମାତା ଲକ୍ଷ୍ମୀଙ୍କ ଏକ ପ୍ରମୁଖ ମନ୍ଦିର ରହିଛି। । କୁହାଯାଏ ଏଠାରେ ବର୍ଷରେ ୨ ଥର ସୂର୍ଯ୍ୟଙ୍କ କିରଣ ମାତା ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରିବା ସହ ମୁଖ ମଣ୍ଡଳ ପର୍ଯ୍ୟନ୍ତ ଯାଇଥାଏ । ଏହି ସ୍ଥାନର ଆଉ ଏକ ଖାସ୍‌ କଥା ଯେ ମନ୍ଦିର ଦିବାର ଉପରେ ଶ୍ରୀ ଯନ୍ତ୍ର ଖୋଦିତ ହୋଇ ତିଆରି ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ଥିବା ମାତା ଲକ୍ଷ୍ମୀଙ୍କ ପ୍ରତ୍ୟକ ଅଂଶକୁ ସୂର୍ଯ୍ୟଙ୍କ କିରଣ ଅଲଗା ଅଲଗା ଦିନରେ ଦର୍ଶନ କରିଥାଏ । ମନ୍ଦିରର ପଶ୍ଚିମ ଦିବାରରେ ଏକ ଝରକା ରହିଛି ଯାହାଦ୍ୱାରା ସୂର୍ଯ୍ୟଙ୍କ କିରଣ ଆସି ମାତଙ୍କ ମୂର୍ତ୍ତିକୁ ସ୍ପର୍ଶ କରିଥାଏ । ରଥ ସପ୍ତମୀ ଦିନ ସୂର୍ଯ୍ୟ ଦେବ ମାତା ଲକ୍ଷ୍ମୀଙ୍କ ଚରଣ ସ୍ପର୍ଶ କରିଥାନ୍ତି ।