Below header

ଆରବିଆଇ ଏହି ବ୍ୟାଙ୍କର ଲାଇସେନ୍ସ କଲା ରଦ୍ଦ,ଯଦି ଆପଣଙ୍କ ଟଙ୍କା ଏହି ବ୍ୟାଙ୍କରେ ଅଛି କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଏହି କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି । ବୁଧବାର ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରି କହିଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି କିମ୍ବା ଆୟର ସମ୍ଭାବନା ନାହିଁ । ଏହି କାରଣରୁ ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦିଆଗଲା । ତେଣୁ ଏହି ବ୍ୟାଙ୍କରେ ଜମା କରିବା କିମ୍ବା ଋଣ ଦେବା ଆଦି କାର୍ଯ୍ୟକୁ ବନ୍ଦ କରିଦିଆଗଲା ।

ରିଜର୍ଭ ବ୍ୟାଙ୍କ ବୁଧବାର ମୁଧୋଲ କେ-ଅପରେଟିଭ ବ୍ୟାଙ୍କ ଲିମିଟେଡ, ବାଙ୍ଗାଲୋର(କର୍ଣ୍ଣାଟକ) ର ଲାଇସେନ୍ସ ରଦ୍ଦ କଲା । ଏହାର ବ୍ୟାଙ୍କିଂ ସେବାକୁ ମଧ୍ୟ ରଦ୍ଦ କରିଦେଇଛି । ଫଳରେ ଏହି ବ୍ୟାଙ୍କର କୌଣସି ସେବା ଉପଲବ୍ଧ ହେବ ନାହିଁ ବୋଲି ଆରବିଆଇ କହିଛି । ଫଳରେ ଏହି ବ୍ୟାଙ୍କ କିଛି ବ୍ୟକ୍ତି ବା ସଂସ୍ଥାକୁ ଲୋନ ଦେଇ ପାରିବେ ନାହିଁ କି ଜମା ରଖିପାରିବେ ନାହିଁ ବୋଲି ଆରବିଆଇ କହିଛି ।

କେମିତି ବାହାର କରିବେ ଆପଣଙ୍କ ଟଙ୍କା

ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆରବିଆଇ କହିଛି ଯେ ୯୯ ପ୍ରତିଶତରୁ ଅଧିକ ଜମାକର୍ତ୍ତା ଜମା ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି ନିଗମରୁ ନିଜର ଜମା ରାଶିର ପୁରା ଅର୍ଥ ପାଇବାକୁ ହକଦାର । ଫଳରେ ପ୍ରତ୍ୟେକ ଜମାକର୍ତ୍ତା ୫ ଲକ୍ଷ ପର୍ଯ୍ୟନ୍ତ ଜମା ବିମା ରାଶି ନେବାକୁ ହକଦାର ହେବେ । ଜମାକର୍ତ୍ତାଙ୍କ ସହମତିରେ ପୂର୍ବରୁ ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି ନିଗମ ମୋଟ ବିମାଭୁକ୍ତ ଜମା ରାଶିରୁ ୧୬୬୯ କୋଟି ଟଙ୍କା ବଣ୍ଟନ କରିସାରିଛି ।

କଣ ଏହି ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି ନିଗମ

୧୯୭୮ ମସିହାରେ ବୀମା ଓ କ୍ରେଡିଟ ଗ୍ୟାରେଣ୍ଟି ନିଗମର ଆରମ୍ଭ ହୋଇଥିଲା । ଏହା ଭାରତର ବ୍ୟାଙ୍କ ପାଇଁ ଜମା ବୀମା ଓ ଋଣ ଗ୍ୟାରେଣ୍ଟି ଭାବେ କାର୍ଯ୍ୟ କରିଥାଏ । ଏହା ଭାରତର ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ଓ ପୂର୍ଣ୍ଣ କ୍ଷମତାପୂର୍ଣ୍ଣ ସହାୟକ କମ୍ପାନି । ଏହା ବ୍ୟାଙ୍କ ଡୁବିଗଲେ ପ୍ରତ୍ୟେକ ଜମାକର୍ତ୍ତାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବିମା ରାଶି ଦେବାକୁ ପ୍ରତିଶ୍ରୁତି ବଦ୍ଧ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.