ଭିଜିଲାନ୍ସ କବ୍ଜାରେ ଡେରାବିଶ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ, ଦରମା କରାଇଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ବକେୟା ଦରମା ଟଙ୍କା କରାଇଦେବାକୁ କହି ବିପିନ୍ ବିହାରୀ ଲାଞ୍ଚ ନେଉଥିଲେ।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଏବିଇଓ ବିପିନ ବିହାରୀ ସିଂ ଜଣେ ବ୍ୟକ୍ତିଙ୍କ ବକେୟା ଦରମା ଟଙ୍କା କରାଇଦେବାକୁ କହି ୫ ହଜାର ଟଙ୍କା ମାଗିଥିଲେ। ଆଜି ସେ ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଯାଇଥିଲେ। ଧରାପଡ଼ିବା ପରେ ଏବେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଯାଞ୍ଚ କରୁଛି ଭିଜିଲାନ୍ସ।
Also Read: ନନ୍ଦିଘୋଷ ରଥରେ ଫାଟ, ବଦଳିବ ପଛ ବ୍ରେକ୍ ଅଖ