Below header

ନିଯୁକ୍ତି ସୁଯୋଗ! ଭାରତ ତିବ୍ଦତ ସୀମା ପୋଲିସରେ ହେଡ୍‌ କନଷ୍ଟେବଳ ଓ ଏଏସ୍‌ଆଇ ପଦବୀ ଖାଲି, ଜାଣନ୍ତୁ ଯୋଗ୍ୟତା ଓ ଦରମା

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ତିବ୍ଦତ ସୀମା ପୋଲିସ (ଆଇଟିବିପି) ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଆହ୍ଵାନ କରିଛି। ଖାଲି ପଡ଼ିଥିବା ପଦବୀ ଅଧୀନରେ ଆଇଟିବିପି ହେଡ୍‌ କନଷ୍ଟେବଳ ଏବଂ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଷ୍ଟେନୋ ପଦବୀ ପୂରଣ କରିବ। ଏହି ଭର୍ତ୍ତି ପ୍ରକିୟାରେ ଆଇଟିବିପିରେ ଖାଲି ପଡ଼ିଥିବା ମୋଟ ୨୮୬ ପଦ ପୂରଣ କରାଯିବ। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ୮ ଜୁନ୍‌ ୨୦୨୨ରୁ ଆରମ୍ଭ ହୋଇସାରିଛି। ଆଶୀୟୀମାନେ ଆଇଟିବିପିର ଅଫିସିଆଲ େଓ୍ଵବ୍‌ସାଇଟ recruitment.itbpolice.nic.in କୁ ଯାଇ ଅନ୍‌ଲାଇନ ଆବେଦନ କରି ପାରିବେ। ଆବେଦନ କରିବାର ଶେଷ ତାରିଖ ୭ ଜୁଲାଇ ୨୦୨୨ ଧାର୍ଯ୍ୟ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ

-ଅନଲାଇନ ଆବେଦନ ଆରମ୍ଭ ତାରିଖ: ୮ ଜୁନ୍‌ ୨୦୨୨

-ଅନଲାଇନ ଆବେଦନର ଶେଷ ତାରିଖ: ୭ ଜୁଲାଇ ୨୦୨୨

ଶିକ୍ଷାଗତ ଯୋଗ୍ୟତା

-ହେଡ୍‌ କନଷ୍ଟେବଳ ପଦ ଉପରେ ଆବେଦନ କରୁଥିବା ଆଶାୟୀମାନେ କୌଣସି ବି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ବାଧ୍ୟତାମୂଳକ। ଏଥି ସହିତ ଆଶାୟୀମାନଙ୍କର ଟାଇପିଙ୍ଗ୍‌ ସ୍ପୀଡ୍‌ ଇଂଲିଶରେ ୩୫ ଶବ୍ଦ ପ୍ରତି ମିନିଟ୍‌ ଏବଂ ହିନ୍ଦୀରେ ୩୦ ଶବ୍ଦ ପ୍ରତି ମିନିଟ୍‌ ହେବା ଦରକାର।

-ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଷ୍ଟେନୋଗ୍ରାଫର ପଦ ଉପରେ ଆବେଦନ କରୁଥିବା ଆଶାୟୀମାନେ ବି କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ପାସ୍‌ ହୋଇଥିବା ଦରକାର। ଏଥି ସହିତ ୮୦ ଶବ୍ଦ ପ୍ରତି ମିନିଟ୍‌ ହିସାବରେ ୧୦ ମିନିଟ୍‌ର ଡିକ୍ଟେସନ ଏବଂ କମ୍ପ୍ୟୁଟରରେ ଇଂଲିଶରେ ୫୦ ଶବ୍ଦ ପ୍ରତି ମିନିଟ୍‌ ଓ ହିନ୍ଦୀରେ ୬୫ ଶବ୍ଦ ପ୍ରତି ମିନିଟ୍‌ର ଟ୍ରାନ୍ସକ୍ରିପ୍‌ସନ ହେବା ଆବଶ୍ୟକ।

ବୟସ ସୀମା

-ହେଡ୍‌ କନଷ୍ଟେବଳ ପଦ ଉପରେ ନିଯୁକ୍ତି: ୧୮ରୁ ୨୫ ବର୍ଷ

-ହେଡ୍‌ କନଷ୍ଟେବଳ ଏଲ୍‌ଡିସିଇ: ୩୫ ବର୍ଷ ପର୍ଯ୍ୟନ୍ତ

-ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଷ୍ଟେନୋ ନିଯୁକ୍ତି: ୧୮ରୁ ୨୫ ବର୍ଷ

-ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଷ୍ଟେନୋ ଏଲ୍‌ଡିସିଆଇ: ୩୫ ବର୍ଷ ପର୍ଯ୍ୟନ୍ତ

ଦରମା

-ହେଡ୍‌ କନଷ୍ଟେବଳ: ୨୫,୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା

-ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଷ୍ଟେନୋ: ୨୯,୨୦୦ ଟଙ୍କାରୁ ୯୩,୨୦୦ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.