ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର(କେନ୍ୟୁଜ୍): ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଆଜି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିରୋଧୀଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଜେଡି ପ୍ରାର୍ଥୀ ଜିତିବା ଏକ ପ୍ରକାର ନିଶ୍ଚିତ।
ଆସନ୍ତା ୧୩ ତାରିଖରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଦିନ ବାଚସ୍ପତି ଭାବେ ବିଧିବଦ୍ଧ ଦାୟିତ୍ୱ ନେବେ ବିକ୍ରମ କେଶରୀ ଆରୁଖ। ସେ ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୧୯୯୫ ମସିହାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେ ପୂର୍ବରୁ ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବାଚସ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିଲା।
Also Read: ଭିଜିଲାନ୍ସ କବ୍ଜାରେ ଡେରାବିଶ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ, ଦରମା କରାଇଦେବାକୁ ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ