ବିରଳ ଘଟଣା: ଟ୍ରେନ ଇଞ୍ଜିନ ତଳେ ବସି ୧୯୧ କିଲୋମିଟର ଯାତ୍ରା କଲେ ବ୍ୟକ୍ତି, ଉଦ୍ଧାର ପରେ ଭୟରେ ଧାଇଁଲେ …

କିଛି ଘଟଣା ଅଛି ଯାହା ପ୍ରକୃତରେ ଲୋକଙ୍କୁ ଚିନ୍ତାରେ ପକାଇଦିଏ ଯେ ଏହା କିପରି ସମ୍ଭବ ହେଲା? ବିହାରରେ ଏପରି ଏକ ଘଟଣା ଘଟିଛି, ଯେଉଁଠାରେ ଜଣେ ବ୍ୟକ୍ତି ଟ୍ରେନ୍ ଇଞ୍ଜିନ୍ ତଳେ ମେସିନ୍ ମଧ୍ୟରେ ବସି ପ୍ରାୟ ୧୯୦ କିଲୋମିଟର ଯାତ୍ରା ଶେଷ କରିଥିଲେ, କିନ୍ତୁ ଏ ବିଷୟରେ କେହି ଜାଣି ନଥିଲେ। ଯେତେବେଳେ ଟ୍ରେନ ଗୟା ଷ୍ଟେସନରେ ଅଟକି ଗଲା ଟ୍ରେନ୍‌ ରୁ ଡ୍ରାଇଭର ଓହ୍ଲାଇ ଥିଲେ। ଏହି ସମୟରେ ଇଞ୍ଜିନ ତଳୁ କେହି ପାଣି ମାଗୁଥିବା ସେ ଶୁଣିବାକୁ ପାଇଥିଲେ। ଡ୍ରାଇଭର ଏହାର ସୂଚନା ରେଳ ଅଧିକାରୀଙ୍କୁ ଦେଇଥିଲେ। ଆରପିଏଫ ଏବଂ ଅନ୍ୟ ଲୋକମାନେ ସେଠାରୁ ବ୍ୟକ୍ତିଙ୍କୁ ଭିଡି ବାହାର କରିଥିଲେ।

ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ବିହାରର ଗୟା ଷ୍ଟେସନରେ ସାରନାଥ ବୁଦ୍ଧ ପୂର୍ଣ୍ଣିମା ଏକ୍ସପ୍ରେସ ଟ୍ରେନର ଇଞ୍ଜିନ୍‌ରେ ଏକ ଯୁବକ ଲୁଚି ବସିଥିଲେ । ଯୁବକଟି ପ୍ରାୟ ୧୯୦ କିଲୋମିଟର ଏହିପରି ଲୁଚି ଯାତ୍ରା କରୁଥିଲେ । ହେଲେ ହାସ୍ୟଜନକ କଥା ହେଉଛି ଯୁବକ ଜଣକଙ୍କୁ ଶୋଷ ଲାଗୁଥିବାରୁ ସେ ପାଣି ପାଇଁ ଚିତ୍କାର କଲେ । ଯାହା ଶୁଣି ଆରପିଏଫ୍ ଅଧିକାରୀମାନେ ଇଞ୍ଜିନ ଭିତରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଠାବ କରିଥିଲେ ।

ସମଗ୍ର କର୍ମଚାରୀ ସେଠାରେ ଏକତ୍ରିତ ହେଲେ ଏବଂ ସେହି ବ୍ୟକ୍ତିଙ୍କୁଇଞ୍ଜିନି ମେସିନରୁ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ବହୁ ଚେଷ୍ଟା ପରେ ଉକ୍ତ ବ୍ୟକ୍ତିଙ୍କୁ ଟାଣି ବାହାରକରାଯାଇଥିଲା। ଟ୍ରେନର ଇଞ୍ଜିନରୁ ଟାଣାଯାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ନାହିଁ। ତେବେ ସେ ବ୍ୟକ୍ତି ଜଣକ ପାଗଳ ବୋଲି କୁହାଯାଉଛି। ଇଞ୍ଜିନରୁ ଉତ୍ପନ୍ନ ଅତ୍ୟଧିକ ଉତ୍ତାପ ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଆରପିଏଫ କର୍ମଚାରୀମାନେ ତାଙ୍କୁ ବାହାରକୁ ଆଣିବାବେଳେ ସେ ପାଣି ମାଗୁଥିଲେ। ’

ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆରପିଏଫ୍ କର୍ମଚାରୀମାନେ ତାଙ୍କୁ ଧରିବା ପୂର୍ବରୁ କିମ୍ବା ତାଙ୍କ ସ୍ଥାନ,ଠିକଣା ଚିହ୍ନଟ କରିବା ପୂର୍ବରୁ ହିଁ ସେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଆରପିଏଫ୍ ଅଧିକାରୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କୁ ପାଇନଥିଲେ ।

କୁହାଯାଉଛି ଯେ ଏହି ଇଞ୍ଜିନ୍ ହେଉଛି WAP-7 ମଡେଲ୍ ABB ଇଞ୍ଜିନ୍। ଏହି ଇଞ୍ଜିନ୍ କୁ ଯିବା କଷ୍ଟକର ଏବଂ ସେଠାରେ ବସିବା ଅଧିକ କଷ୍ଟକର। ଏପରି ପରିସ୍ଥିତିରେ, ଇଞ୍ଜିନ ମଝିରେ ଜଣେ ବ୍ୟକ୍ତି ଏତେ ଦୂର ଯାତ୍ରା କରିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। କାରଣ ଏହି ଟ୍ରେନ୍ ରାଜଗିରରୁ ଗୟା ମଧ୍ୟରେ ଥିବା ୬ ଟି ଷ୍ଟେସନରେ ଅଟକି ରହିଥାଏ। ଏହି ଷ୍ଟେସନଗୁଡ଼ିକରେ ମାତ୍ର ୨ ରୁ ୧୦ ସେକେଣ୍ଡ ରହେ। କୌଣସି ବ୍ୟକ୍ତି ଏତେ କମ୍ ସମୟ ମଧ୍ୟରେ ଇଞ୍ଜିନର ଟ୍ରାକ୍ସନ୍ ମେସିନ ପାଖରେ ବସିବା ସମ୍ଭବ ନୁହେଁ। ତେଣୁ ବିଶ୍ୱାସ କରାଯାଏ ଯେ ଏହି ବ୍ୟକ୍ତି ନିଶ୍ଚିତ ଭାବରେ ରାଜଗୀରରୁ ଟ୍ରାକ୍ସନ୍ ମୋଟର ନିକଟରେ ବସିଥିବେ।