Below header

ଭାରତୀୟ ରିଜର୍ଭ ବ୍ୟାଙ୍କର ଦୀପାବଳି ଭେଟି, ଏଣିକି ଶସ୍ତା ହେବ ଗୃହ ଓ ଗାଡ଼ି ଋଣସୁଧହାର

ଭାରତୀୟ ରିଜର୍ଭ ବ୍ୟାଙ୍କର ଦୀପାବଳି ଭେଟି। ଏଣିକି ଶସ୍ତା ହେବ ଗୃହ ଓ ଗାଡ଼ି ଋଣସୁଧହାର । ମୁଦ୍ରାସ୍ଫିତୀ ସମୀକ୍ଷା ବୈଠକରେ ରେପୋ ରେଟ ୨୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ଫଳରେ ରେପୋ ରେଟ ହାର ୫.୪୦ ପ୍ରତିଶତରୁ କମି ୫.୧୫ ପ୍ରତିଶତ ହୋଇଛି। ରେପୋ ରେଟ କମିବା ଦ୍ୱାରା ଗୃହ, ଗାଡ଼ି ଋଣର ସୁଧହାର ହ୍ରାସ ପାଇବ। ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯିବା ପରେ ଏହାକୁ ଭରଣା କରିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେଉଥିବା କୁହାଯାଇଛି। ଚଳିତବର୍ଷ ଜାନୁଆରିରୁ ବିଭିନ୍ନ ପର୍ଯାୟରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୧.୩୫ ପ୍ରତିଶତ ହ୍ରାସ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.