Below header

ଧମାକାଦାର ପ୍ରି-ପେଡ଼ ପ୍ଲାନ ଲଞ୍ଚ କଲା ରିଲାଏନ୍ସ ଜିଓ, ଗ୍ରାହକଙ୍କୁ ୯୦ GB ପର୍ଯ୍ୟନ୍ତ ଡାଟା ସୁବିଧା

ଯଦି ଆପଣ ରିଲାଏନ୍ସ ଜିଓର ପ୍ରି-ପେଡ ୟୁଜର । ଆଉ ଏମିତି ଏକ ପ୍ଲାନର ସନ୍ଧାନରେ ଅଛନ୍ତି ଯାହା ଆପଣଙ୍କୁ ଭରପୁର ଡାଟା ସୁବିଧା ଦେଇପାରିବ । ତେବେ ଆପଣଙ୍କ ଅପେକ୍ଷାର ଏକ ପ୍ରକାର ଶେଷ ହୋଇଛି । ନିକଟରେ ଜିଓ ଲଂଚ କରିଥିବା ଏକ ପ୍ଲାନରେ ପ୍ରତିଦିନ ଗ୍ରାହକଙ୍କୁ ୩ ଜିବି ଡାଟା ସୁବିଧା ସହ ୬ ଜିବିର ଏକ୍ସଟ୍ରା ଡାଟା ସମେତ ଲାଇଭ କ୍ରିକେଟର ମଜା ନେଇପାରିବେ । ରିଲାଏନ୍ସ ଜିଓ ଲଞ୍ଚ କରିଥିବା ୪୦୧ ଟଙ୍କିଆ ପ୍ଲାନର ଭ୍ୟାଲିଡିଟି ୨୮
ଦିନ ଯାଏଁ ରହିବ । ଏହି ପ୍ଲାନ ମାଧ୍ୟମରେ ୟୁଜର ମାନେ ୯୦ ଯିବି ପର୍ଯ୍ୟନ୍ତ ଡାଟା ସୁବିଧା ନେଇପାରିବେ । ପ୍ଲାନରେ ଜିଓ ରୁ ଜିଓକୁ ଅନଲିମିଟେଡ଼ କଲିଙ୍ଗ ଓ ଅନ୍ୟ ନେଟୱାର୍କକୁ କଲିଙ୍ଗ ପାଇଁ ୧୦୦୦ ନନ ଜିଓ ମିନିଟସ ମିଳିବ ।

ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ସମେତ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ସୁବିଧା ବି ମିଳିପାରିବ । ଏହାବାଦ ଏହି ପ୍ଲାନରେ ଡିଜ୍ନି+ ହଟଷ୍ଟାରର ମାଗଣା ମେମ୍ବର ସିପ ସୁବିଧା ମଧ୍ୟ ମିଳିପାରିବ । ଏହା ଜରିଆରେ ଆପଣ ଲାଇଭ ଆଇପିଏଲ ବ୍ୟତୀତ ଅନ୍ୟ କଣ୍ଟେଣ୍ଟ ଗୁଡିକର ମଜା ବି ନେଇପାରିବେ ।

ଅନ୍ୟ ପକ୍ଷରେ, ଦେଶର ଅନ୍ୟତମ କମ୍ପାନୀ ଏୟାର ଟେଲ କମ୍ପାନୀ ୪୪୮ ଟଙ୍କାରେ ଏକ ନୂଆ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଭ୍ୟାଲିଡିଟି ୨୮
ଦିନ ପର୍ଯ୍ୟନ୍ତ ରହିବ । ଏଥିରେ ପ୍ରତିଦିନ ୩ ଜିବି ଡାଟା ସମେତ ୧୦୦ ଏସଏମଏସ ସମେତ ଅନ୍ୟନେଟୱର୍କ ଗୁଡିକୁ ଅନଲିମିଟେଡ଼ କଲିଙ୍ଗ ଅଫର ମଧ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.