ସୁପରହିରୋ ଫିଲ୍ମ ପାଇଁ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା, ଜାନୁଆରୀ ଆରମ୍ଭ ହେବ ସୁଟିଂ

କ୍ୟାଟ୍ରିନା ଏବେ ସୁପରହିରୋ ଫିଲ୍ମ ପାଇଁ ଟ୍ରେନିଂ ନେଉଛନ୍ତି। ନିଜ ଅନ୍ତରଙ୍ଗ ବନ୍ଧୁ ଅଲ୍ଲୀ ଆବାସ ଜଫର ସହିତ ମିଶି ଏହି ଫିଲ୍ମ କରିବାର ଯୋଜନା କରୁଛନ୍ତି। ଏହି ଫିଲ୍ମ କିପରି ହେବ ଏବଂ କେମିତି କାମ ହେବ, ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏହିସବୁ ଚର୍ଚ୍ଚା ମଧ୍ୟରେ ଅଲ୍ଲୀ ଆବାସ ଜଫର ଇଣ୍ଟରନ୍ୟାସନାଲ ଟିମ୍ ହାଏର କରିବା ପାଇଁ ଦୁବାଇ ପହଞ୍ଚିଛନ୍ତି।
ଖବର ମୁତାବକ, କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଫିଜିକାଲ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। କରୋନା ମହାମାରୀ ମଧ୍ୟରେ ଯଦି ସବୁକିଛି ଠିକ୍ ଚାଲେ, ତେବେ ଜାନୁଆରୀରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ କ୍ୟାଟ୍ରିନା ଟ୍ରେନିଂ ପୂରଣ କରିବାକୁ ଚାହୁଁଛନ୍ତି।
ଏହାଛଡା କରୋନା ମହାମାରୀ ସମୟରେ ଟ୍ରାଭେଲ କରିବା ପାଇଁ ଅନେକ ପ୍ରକାର ଗାଇଡଲାଇନ ରହିଛି, ତେଣୁ ବାରମ୍ବାର ଭାରତରୁ ଦୁବାଇ ଯିବା ସମସ୍ୟା ହେବ ବୋଲି ଆବାସଙ୍କ ଟିମ୍ ଟେମ୍ପରାରୀ ଭାବେ ଦୁବାଇକୁ ସିଫ୍ଟ ହୋଇଯାଇଛନ୍ତି। ଏହା ଆବାସଙ୍କ ପାଇଁ ସ୍ପେଶାଲ ପ୍ରୋଜେକ୍ଟ ।