ସଲ୍‌ମାନ ଖାନ୍‌ଙ୍କୁ ନିଜ ବ୍ରାଣ୍ଡ ଆମ୍ବାସାଡର କଲା Realme, ୫ ମାର୍ଚ୍ଚକୁ ଆସିବ ନୂଆ ସ୍ମାର୍ଟଫୋନ

ସ୍ମାର୍ଟଫୋନ୍‌ ବ୍ରାଣ୍ଡ ‘Realme’ ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡାର କରିଛି। ବୁଧବାର କମ୍ପାନୀ ଘୋଷଣା କରିଛି ଯେ ସଲ୍‌ମାନ ଖାନ୍‌ Realme 6 ଏବଂ Realme 6 Proର ପ୍ରଚାର କରିବେ। Realmeର ଉପାଧ୍ୟକ୍ଷ ତଥା ଭାରତରେ ମୁଖ୍ୟ କାଯ୍ୟର୍ନିର୍ବାହୀ ଅଧିକାରୀ ମାଧବ ସେଠ୍‌ କହିଛନ୍ତି, ‘ସଲ୍‌ମାନଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରିବାର ମୁଖ୍ୟ କାରଣ ହେଉଛି ସେ ଦେଶର ସମସ୍ତ କ୍ଷେତ୍ରରେ ଖୁବ୍‌ ଲୋକପ୍ରିୟ ଅଛନ୍ତି’।

h2

ସେହିପରି ସଲ୍‌ମାନ ଖାନ୍‌ କହିଛନ୍ତି ଯେ Realme 6 ସିରିଜ୍‌ ବହୁତ ଷ୍ଟାଇଲିଶ୍‌। ମୋର ପୂରା ବିଶ୍ୱାସ ଯେ ଏହା ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବାରେ ସଫଳ ହେବ’। କମ୍ପାନୀର କହିବା ହେଲା, ନୂଆ Realme 6 ମିଡିୟମ୍‌ ପ୍ରାଇଜ୍‌ ସେଗ୍‌ମେଣ୍ଟର ସ୍ମାର୍ଟଫୋନ୍‌। ଏହାକୁ ଆସନ୍ତା ମାର୍ଚ୍ଚ ୫ରେ ଅଣାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.