Below header

ଗଜପତି: ଛତୁଆ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ବଡନୀଲାପୁର ଗ୍ରାମର ମହିଳା ସ୍ୱୟଂସହାୟକା ଗୋଷ୍ଠୀ, ପରିବାରର ଆର୍ଥିକ ସ୍ଥିତିକୁ କରିପାରିଛନ୍ତି ସୁଦୃଢ

ଗଜପତି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡନୀଲାପୁର ଗ୍ରାମ । ଏଠାରେ ଗତ ୨୦୧୦ ମସିହାରୁ ୧୨ ଜଣ ମହିଳା ସ୍ୱୟଂସହାୟୀକା ଗୋଷ୍ଠୀ କରି ଛତୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯେବେଠାରୁ ମହିଳା ମାନଙ୍କୁ ନେଇ ଶ୍ରୀ ସାଇରାମ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଛତୁଆ କେନ୍ଦ୍ର କରାଗଲା ସେବେଠାରୁ ସେମାନେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଥିତିରେ ବହୁ ପରିବର୍ତ୍ତନ ଘଟିଛି । ଛତୁଆ କିଭଳି ପ୍ରସ୍ତୁତି କରାଯିବ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଏହି କେନ୍ଦ୍ର ଗୋଷାଣି ବ୍ଲକର ୮ଟି ପଞ୍ଚାୟତ ଓ ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ଥିବା ବହୁ ଅଙ୍ଗନୱାଡି କେନ୍ଦ୍ରକୁ ଉନ୍ନତ ମାନର ଛତୁଆ ଯୋଗାଉଛି । ଗହମ, ବୁଟ,ବାଦାମ ଓ ଚିନିକୁ ମିଶ୍ରଣ କରାଯାଇ ଛତୁଆ ପ୍ରସ୍ତୁତି କରିଥାନ୍ତି ଏହି ଗୋଷ୍ଠୀ । ଏକ କ୍ୱିଣ୍ଟାଲ ଛତୁଆ ପ୍ରସ୍ତୁତିରେ ଗହମ ୬୨କିଲୋ୫ଶହ ଗ୍ରାମ ,ବୁଟ ୧୨କିଲୋ୫ଶହ ଗ୍ରାମ,ବାଦାମ ୯କିଲୋ୪ଶହ ଗ୍ରାମ ଓ ଚିନି ୧୫କିଲୋ ୬ଶହ ଗ୍ରାମ ବ୍ୟବହାର କରିଥାନ୍ତି । ସରକାର ଛତୁଆ ପ୍ରସ୍ତୁତି ନିମନ୍ତେ ଗହମ ଯୋଗାଉଥିବା ବେଳେ ବୁଟ, ବାଦାମ ଓ ଚିନି କ୍ରୟ କରିବାକୁ ପଡିଥାଏ । ୬ମାସର ୩ବର୍ଷ ବୟସର ପ୍ରତି ପିଲା ପିଛା ୨୫ଦିନ ନିମନ୍ତେ ୨କିଲୋ୨ଶହ ଗ୍ରାମ ଛତୁଆ, ହାଲୁଆ ଯୋଗାଉଛନ୍ତି ଏହି ଗୋଷ୍ଟୀ । ସେହିଭଳି ପ୍ରତି ଗର୍ଭବତୀ ମହିଳା ପିଛା ୪କିଲୋ୪ଶହ ଗ୍ରାମ ଛତୁଆ ଓ ୨୫ଟି ବାଦାମ ଲଡୁ ଯୋଗାଉଛନ୍ତି । ପ୍ରତି ମାସରେ ୯୦କ୍ୱିଣ୍ଟାଲ ଛତୁଆ, ୧୫କ୍ୱିଣ୍ଟାଲ ହାଲୁଆ ଓ ୫କ୍ୱିଣ୍ଟାଲ ବାଦାମ ଲଡୁ ୮ଟି ପଞ୍ଚାୟତ ଏବଂ ପାରଳାଖେମୁଣ୍ଡି ପୌରପାଳିକା ଅଞ୍ଚଳରେ ରହିଥିବା ମୋଟ ୧୫୮ଟି ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଇ ଆସୁଛନ୍ତି ଏମାନେ ।

chatuaଶ୍ରୀ ସାଇରାମ ଶକ୍ତି ମହିଳା ଗ୍ରୁପର ସଭ୍ୟା ମାନେ କହିଛନ୍ତି ମହିଳା ଗ୍ରୁପ ଗଠନ କରି ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ସହାୟତାରେ ଛତୁଆ କେନ୍ଦ୍ର ନିର୍ମାଣ କରିବା ଦ୍ୱାରା ବହୁ ଉନ୍ନତି କରିପାରିଛୁ । ବିଶେଷ କରି ଆମ ଗ୍ରାମର ଅଧିକାଂଶ ମହିଳା ମାନଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିଲା । ଏପରିକି ଦିନ ମଜୁରିଆ ଭାବେ କାମ କରି ବହୁ କଷ୍ଟରେ ବଞ୍ଚୁଥିଲେ । ବର୍ତ୍ତମାନ ସେମାନେ ରୋଜଗାରକ୍ଷମ ହୋଇ ବେସ ଖୁସିଥିବା କହିଛନ୍ତି ।

powderରାଜ୍ୟ ସରକାରଙ୍କ ମହିଳା ଶିଶୁ ବିଭାଗ ଓ ମିଶନ ଶକ୍ତିର ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତିମାସ ୨୩ତାରିଖରେ ଛତୁଆ ପ୍ରସ୍ତୁତ କରାଯାଇଥାଏ । ସୁପର ଭାଇଜର ଉପସ୍ଥିତିରେ ଛତୁଆ ତିଆରି ପ୍ରକ୍ରିଆ ଆରମ୍ଭ ହୋଇଥାଏ । ସୁପର ଭାଇଜରଙ୍କ ବ୍ୟତୀତ ବ୍ଲକରେ ଥିବା ନୋଡାଲ କମିଟି ଓ ଜିଲ୍ଲା ସ୍ଥରୀୟ କମିଟିରେ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସେହିଦିନ ଛତୁଆ ପ୍ରସ୍ତୁତିର ଗୁଣାତ୍ମକ ମାନ ଯାଞ୍ଚ କରିବା ନିମନ୍ତେ ଅଚାନକ ଗ୍ରସ୍ଥ କରିଥାନ୍ତି । ଛତୁଆ ପ୍ରସ୍ତୁତି କଲାବେଳେ ସଫାସୁତରା ସମେତ ପ୍ରସ୍ତୁତକାରୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥାଏ । ଛତୁଆ ପ୍ରସ୍ତୁତି ବେଳେ ଗ୍ରୁପର ମହିଳା ମାନେ ମୁହଁରେ ମୁଖା, ହାତରେ ଗ୍ଲୋବସ୍ ଓ ପାଦରେ ମୋଜା ବ୍ୟବହାର କରିଥାନ୍ତି । ଛତୁଆ ପ୍ରସ୍ତୁତି ଓ ତାର ପ୍ୟାକେଟ୍ ପ୍ରସ୍ତୁତି କରି କିଭଳି ସୁରକ୍ଷିତ ଭାବେ ରଖାଯାଇପାରିବ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.