ଗ୍ରାଜୁଏଟ୍‌ଙ୍କ ପାଇଁ LICରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ମୋଟା ଅଙ୍କର ଦରମା ସହ ମିଳିବ ସମସ୍ତ ସରକାରୀ ସୁବିଧା

ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ LIC ଆଣିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଜୀବନ ବୀମା ନିଗମ (LIC) ର ଅଫିସିଆଲ ୱେବସାଇଟ୍‌ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର(A.E)- ସିଭିଲ/ ଇଲେକ୍ଟିକାଲ/ ଷ୍ଟକଚରାଲ/MEP ଓ ଆସିଷ୍ଟାଣ୍ଟ ଆର୍କିଟେକ୍ଟ (A.A) ଏବଂ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍‌ ଅଫିସର (A.A.O) ସ୍ପେଶାଲିଷ୍ଟ ପଦ ପାଇଁ ଚାକିରି ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ LIC AE () କିମ୍ବା AAO ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଅଫିସିଆଲ ୱେବସାଇଟ୍‌ (licindia.in)କୁ ଯାଇ ଅନ୍‌ଲାଇନ୍‌ ଆପ୍ଲାଏ କରିପାରିବେ। ଆସନ୍ତୁ ଜାଣିବା ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ହେବା ଆବଶ୍ୟକ…

ବୟସ ସୀମା:

୦୧ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇଥିବା ଆବଶ୍ୟକ। ଏଥିପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି। ଅର୍ଥାତ୍‌, ୦୨.୦୨. ୧୯୯୦ ପରେ ଓ ୦୧.୦୨.୧୯୯୯ ପୂର୍ବରୁ ଜନ୍ମ ହୋଇଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ।

LIC2

ଦରମା ଓ ଅନ୍ୟାନ୍ୟ ସୁବିଧା:

ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ସର୍ବନିମ୍ନ ୩୨,୭୯୫ ଟଙ୍କା ଓ ସର୍ବାଧିକ ୬୨,୩୧୫ ଟଙ୍କା ଦରମା ମିଳିବ। ଏହ ବ୍ୟତୀତ ସେମାନଙ୍କୁ ଗ୍ରାଚ୍ୟୁଇଟି, ଏଲ୍‌ଆଇସି, ମେଡିକାଲ ସୁବିଧା, ମିଲ କୁପନ, ଚମଡ଼ା ବ୍ୟାଗ୍‌ ଓ ମୋବାଇଲ ଏବଂ ଡାଏରୀ ଆଦି କିଣିବା ପାଇଁ ଅତିରିକ୍ତ ଅର୍ଥ ମିଳିବ।

ଜରୁରୀ ତାରିଖ:

ଆବେଦନ ଆରମ୍ଭ – ୨୫.୦୨.୨୦୨୦
ଶେଷ ତାରିଖ – ୧୫.୦୩.୨୦୨୦
ପ୍ରାରମ୍ଭିକ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି ହେବା ତାରିଖ- ୨୭ ମାର୍ଚ୍ଚରୁ ୪ ଏପ୍ରିଲ ୨୦୨୦
ପ୍ରାରମ୍ଭିକ ପରୀକ୍ଷା ତାରିଖ- ୪ ଏପ୍ରିଲ ୨୦୨୦
ମୁଖ୍ୟ ପରୀକ୍ଷା ତାରିଖ- ଘୋଷଣା ହୋଇନାହିଁ

exam

ଶିକ୍ଷାଗତ ଯୋଗ୍ୟତା:

ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌

ଚୟନ ପ୍ରକ୍ରିୟା:

ଆବେଦନ କରିଥିବା ପ୍ରାର୍ଥୀଙ୍କର ତିନିଟି ପରୀକ୍ଷା(ଥ୍ରୀ ଟାୟାର) ହେବ। ଚୟନ ହେବା ପରେ ପ୍ରାର୍ଥୀଙ୍କ ମେଡିକାଲ ଟେଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.