ଦିଲ୍ଲୀ ହିଂସାକାଣ୍ଡ ନେଇ ଟ୍ଵିଟ୍‌ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍‌ । ଆଜି ଟ୍ଵିଟ୍‌ କରି କେଜରିଓ୍ଵାଲ୍‌ କହିଛନ୍ତି, ଗତରାତିରୁ ବହୁ ସଂଖ୍ୟାରେ ଲୋକଙ୍କ ସହ ସେ ଯୋଗାଯୋଗରେ ରହିଛନ୍ତି । ସ୍ଥିତି ଉଦବେଗଜନକ ରହିଛି । ସମସ୍ତ ପଦକ୍ଷେପ ସତ୍ତ୍ୱେ ପୋଲିସ ସ୍ଥିତି ନିୟନ୍ତ୍ରଣ କରି ପାରୁନି । ଏଭଳି ପରିସ୍ଥିତିରେ ତୁରନ୍ତ ସେନାକୁ ମୁତୟନ କରିବା ଦରକାର । ଅନ୍ୟ ପ୍ରଭାବିତ ଅଞ୍ଚଳରେ କର୍ଫ୍ୟୁ ଜାରି କରିବାକୁ କହିଛନ୍ତି କେଜରିଓ୍ଵାଲ । ଏନେଇ ସେ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସେପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି, ବର୍ତ୍ତମାନ ସ୍ଥିତିରେ ସେନା ମୁତୟନ ହେବାର ଆବଶ୍ୟକତା ନାହିଁ ।

modikejriwalଅପରପକ୍ଷେ ଦିଲ୍ଲୀ ହିଂସାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ପୋଲିସ ଓ ଅନ୍ୟ ସଂସ୍ଥାକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀବାସୀଙ୍କୁ ଶାନ୍ତି ଶୃଙ୍ଖଳା ଓ ଭାଇଚରା ବଜାୟ ରଖିବା ଟ୍ଵିଟ କରି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଦିଲ୍ଲୀ ହିଂସାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ଥିତି ସଂପର୍କରେ ବିସ୍ତତ ସମୀକ୍ଷା କରାଯାଇଛି । ପୋଲିସ ଓ ଅନ୍ୟ ସଂସ୍ଥାକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଓ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି । ଦିଲ୍ଲୀବାସୀଙ୍କୁ ଶାନ୍ତି ଶୃଙ୍ଖଳା ଓ ଭାଇଚରା ବଜାୟ ରଖିବା ଟ୍ଵିଟ କରି ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.