ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ, ବଡ଼ ଗାଡ଼ି ବିକ୍ରିରେ ୩୧. ୫୭ ପ୍ରତିଶତ ହ୍ରାସ

ଦେଶର କମିଛି ଗାଡ଼ି ବିକ୍ରୀ। ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ସିଧାସଳଖ ଅଟୋମୋବାଇଲ ସେକ୍ଟରକୁ ପ୍ରଭାବିତ କରିଛି। ଭାରତୀୟ ଅଟୋମୋବାଇଲ ନିର୍ମାତା କମିଟି-ସିଆମ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ମାସରେ ବଡ଼ ଗାଡ଼ି ବିକ୍ରୀରେ ୩୧. ୫୭ ପ୍ରତିଶତ ହ୍ରାସ ପାଇଛି। ଗତବର୍ଷ ଅଗଷ୍ଚ ମାସରେ ୨ଲକ୍ଷ ୮୭ ହଜାର ୧୯୮ଟି ଗାଡ଼ି ବିକ୍ରୀ ହୋଇଥିବା ବେଳେ ତଳିତ ବର୍ଷ ଏହା ଏକଲକ୍ଷ ୯୬ ହଜାର ୫୨୪କୁ ଖସି ଆସିଛି। ୧୯୯୭-୯୮ ପରେ ପ୍ରଥମ ଥର ପାଇଁ ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି। ସିଆମ ଜାରି କରିଥିବା ତଥ୍ୟ ଅନୁସାରେ ଭାରତୀୟ ଘରୋଇ ବଜାରରେ କାର ବିକ୍ରୀରେ ୪୧.୦୯ ପ୍ରତିଶତ ହ୍ରାସ ପାଇଛି। ସେହିପରି ୨ଚକିଆ ଯାନ ବିକ୍ରି ମଧ୍ୟ ୨୨.୨୪ ପ୍ରତିଶତ ହ୍ରାସ ପାଇଛି। ବାଇକ ବିକ୍ରି ମଧ୍ୟ ୨୨.୨୩ ପ୍ରତିଶତ ହ୍ରାସ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.