ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ(SECL) ରେ ୪୫୦ ପଦବୀ ଖାଲି, ଜାଣନ୍ତୁ ଚୟନ ପ୍ରକ୍ରିୟା

ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ (SECL) ତରଫରୁ ଆପରଣ୍ଟିସ ଆକ୍ଟ-୧୯୬୧, ସଂଶୋଧନ ୨୦୧୪ ଅଧିନରେ ସ୍ନାତକ ଏବଂ ଟେକ୍ନିସିଆନ ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛନ୍ତି। ଏହି ପଦବୀରେ ଭର୍ତ୍ତି ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mhrdnats.gov.in କୁ ଯାଇ ଆବେଦନ କରିପାରିବେ। ଏଥିରେ ଚୟନ ହୋଇଥିବା ପ୍ରାର୍ଥୀ ମାଇନିଂ ଏବଂ ମାଇନ ସର୍ଭେ ପାଇଁ ବର୍ଷେ ଚୁକ୍ତିଭିତ୍ତିକ ଭାବେ କାମ କରିବା ପାଇଁ ନିଯୁକ୍ତି ମିଳିବ। ଅଧିକ ଜାଣିବା ପାଇଁ ପ୍ରାର୍ଥୀ ନୋଟିଫିକେସନ ଚେକ୍ କରିପାରିବେ।

SECL ଭର୍ତ୍ତିର ଆବେଦନ ଫର୍ମ SECL ୱେବସାଇଟରେ ଉପଲବ୍ଧ ରହିଛି। ପ୍ରାର୍ଥୀ ଅନଲାଇନ ଛଡା ଅନ୍ଯ କୌଣସି ମାଧ୍ୟମରେ ପଠା ଯାଇଥିବା ଆବେଦନକୁ ସ୍ବୀକାର କରାଯିବ ନାହିଁ।

ପଦବୀ ବିବରଣୀ: ୪୫୦

ଟେକ୍ନିସିଆନ ଆପାରଣ୍ଟିସ: ୩୧୦
ଡିଗ୍ରୀ ଆପାରଣ୍ଟିସ: ୧୯୦

ଏମିତି କରନ୍ତୁ ରେଜିଷ୍ଟ୍ରସନ:

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

ଅଫିସିଆଲ ୱେବସାଇଟକୁ ଯିବା ପରେ ଆପ୍ଲାଏ ଲିଙ୍କରେ କ୍ଲିକ କରନ୍ତୁ।

ନିଜର ବ୍ଯକ୍ତିଗତ ବିବରଣୀ ଦେଇ ସବମିଟ୍ କରନ୍ତୁ।

ଫର୍ମ ଶୁକ୍ଳ ଦେବା ପରେ ଫାଇନାଲ ସବମିଟ ବଟନରେ କ୍ଲିକ କରନ୍ତୁ।

ଶେଷରେ ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.