Below header

ଓଡିଶାରେ କରନ୍ତୁ ରେଲୱେ ଚାକିରି, ଆଉ ମାତ୍ର ଦୁଇ ଦିନ ରହିଲା ଆବେଦନର ଶେଷ ତାରିଖ

ଭାରତୀୟ ରେଲୱେରେ ଚାକିରି କରିବାର ସୁଯୋଗ ମିଳିଛି। ଇଷ୍ଟ କୋଷ୍ଟ ରେଲୱେରେ ଅପରେଣ୍ଟିସ ପଦ ପାଇଁ ଆବେଦନ କରାଯାଉଛି। ରେଲୱେ ଅପରେଣ୍ଟିସ ପଦରେ ମୋଟ ୧,୨୧୬ ଭର୍ତ୍ତି କରାଯିବ। ଯଦି ଆପଣ ଓଡିଶାର ବାସିନ୍ଦା ଏବଂ ନିଜ ରାଜ୍ୟ ବା ସହରରେ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବ ନ କରି ଜଲଦି କରନ୍ତୁ ଆବେଦନ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୦୬ ଜାନୁଆରୀ, ୨୦୨୦ ପର୍ଯ୍ୟନ୍ତ ରହିଛି। ଅର୍ଥାତ ଆପଣଙ୍କ ହାତରେ ଆଉ ଦୁଇ ଦିନ, ଏଥିପାଇଁ ଯଦି ଆପଣ ଏହି ପଦ ପାଇଁ ଆବେଦନ କରିନାହାନ୍ତି ତେବେ ଜଲଦି କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାମ୍ଭିକ ତାରିଖ –୦୭ ଡିସେମ୍ବର ୨୦୧୯

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ୦୬ ଜାନୁଆରୀ ୨୦୨୦ (ରାତି ୧୧:୫୯ ପର୍ଯ୍ୟନ୍ତ)

ବୟସ ସୀମା

ଏହି ପଦରେ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥିଙ୍କର ନ୍ୟୁନତମ ବୟସ ୧୫ ବର୍ଷ ଏବଂ ଅଧିକତମ ବୟସ ୨୪ ବର୍ଷ ରଖାଯାଇଛି।

ପଦର ବିବରଣୀ

ପଦର ନାମ                                                 ପଦ ସଂଖ୍ୟା

ଟ୍ରେଡ୍‌ ଅପରେଣ୍ଟିସ/ଓ୍ଵାର୍କସପ୍‌ ୟୁନିଟ                      ୧,୨୧୬

ଇଷ୍ଟ କୋଷ୍ଟରେଲେଓ୍ଵର କାଯ୍ୟର୍ସ୍ଥଳୀର ନାମର ବିବରଣୀ

ନାମ                                                               ପଦ ସଂଖ୍ୟା

ଇଷ୍ଟ କୋଷ୍ଟ ରେଲୱେ, ମୁଖ୍ୟାଳୟ                               ୧୦
କ୍ୟାରେଜ୍‌ ରିପାୟର ଓ୍ଵାର୍କସପ ମଞ୍ଚେଶ୍ୱର, ଭୁବନେଶ୍ୱର       ୨୫୦
ଖୋର୍ଦ୍ଦା ରୋଡ ଡିଭିଜନ                                            ୩୧୭
ବାଲ୍ଟେୟର ଡିଜାଇନ                                               ୫୫୩
ସମ୍ବଲପୁର ଡିଭିଜନ                                                ୮୬

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀରେ ୫୦% ଅଙ୍କ ସହିତ ଆଇଟିଆଇ କୋର୍ସରେ ପାସ୍‌ କରିବା ଆବଶ୍ୟକ। ଅଲଗା ଅଲଗା ପଦ ଅନୁଯାୟୀ ନିର୍ଦ୍ଧାରିତ ଅନ୍ୟ ଯୋଗ୍ୟତାକୁ ଜାଣିବା ପାଇଁ ଏହାର ୱେବସାଇଟ ଯାଇ ନୋଟିଫିକେସନ୍‌ ଡାଉନଲୋଡ୍‌ କରନ୍ତୁ।

ଆବେଦନ ଶୁଳ୍କ

ଏସସି/ଏସଟି/ମହିଳ – କୌଣସି ଆବେଦନ ନାହିଁ
ଅନ୍ୟ ସମସ୍ତ ଆଶାୟୀ ପ୍ରାର୍ଥିଙ୍କ ପାଇଁ -୧୦୦ ଟଙ୍କା

ଆବେଦନ ପ୍ରକ୍ରିୟା

ଆବେଦନ କରିବା ପୂର୍ବରୁ ନୋଟିଫିକେସନକୁ ଭଲଭାବେ ପଢ଼ନ୍ତୁ। ଏହାପରେ ଯାଇ ପଦ ପାଇଁ ଆବେଦନ କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ଆପ୍ଲାଏ ସମୟରେ କୌଣସି ତ୍ରୁଟି ନରହେ।

ଚୟନ ପ୍ରକ୍ରିୟା – ପ୍ରାର୍ଥିଙ୍କର ଚୟନ ମେରିଟ ଆଧାରରେ କରାଯିବ।

ଚାକିରି ସ୍ଥାନ – ଭୁବନେଶ୍ୱର (ଓଡିଶା)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.