Below header

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କଲେ ୧୨୦ ଜଣ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

ପୁରୀ: ପୁରୀରେ ପାକିସ୍ତାନୀ ହିନ୍ଦୁ । ୧୨୦ ଜଣ ହିନ୍ଦୁ ପର୍ଯ୍ୟଟକ ପୁରୀ ଆସି ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାକିସ୍ତାନ ହିନ୍ଦୁ ଭକ୍ତଙ୍କୁ ନିମନ୍ତ୍ରଣ କରି ପୁରୀ ଆସି ମହାପଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଥାଏ । ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତିର ପ୍ରଚାର, ପ୍ରସାର ସହ ଭାରତ-ପାକିସ୍ତାନ ମଧ୍ୟରେ ପୁନଃ ସଂପର୍କକୁ ସ୍ଥାପନ ପାଇଁ ଏକକ ଉଦ୍ୟମ କରାଯାଉଛି । ଜମ୍ମୁ କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ସୁସଂପର୍କ ସ୍ଥାପନ ପାଇଁ ଆଶା ରଖିଛନ୍ତି ଏମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.