ଜାହ୍ନବୀ କପୁର ନିଜର ପ୍ରଥମ ଫିଲ୍ମ ଧଡକକୁ ନେଇ କହିଲେ ଏଭଳି କଥା, ଜାଣନ୍ତୁ ବର୍ତ୍ତମାନ କଣ ଚାଁହୁଛନ୍ତି ଜାହ୍ନବୀ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିକଟରେ ନିଜର ପ୍ରଥମ ଚଳଚ୍ଚିତ୍ରକୁ ନେଇ କିଛି ମତ ପ୍ରକାଶ କରିଛନ୍ତି । ଜାହ୍ନବୀଙ୍କ କହିବା ଅନୁଯାୟୀ ସେ ନିଜର ପ୍ରଥମ ଫିଲ୍ମ ଧଡକ ଜରିଆରେ ନିଜ ଦର୍ଶକ ମାନଙ୍କ ହୃଦୟ ଜିତି ପାରିନାହାନ୍ତି । 2018 ମସିହାରେ ଜାହ୍ନବୀ ‘ସୈରାଟ’ର ହିନ୍ଦୀ ରିମେକ ସହିତ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏକ ବର୍ଷର ଅନ୍ତରାଳରେ ସେ ଚଳିତ ବର୍ଷ ଅନେକ ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ଜୋୟା ଅଖତାରଙ୍କର ହରର ସର୍ଟ ଫିଲ୍ମ ଘୋଷ୍ଟ ଷ୍ଟୋରିଜ, ବାୟୋପିକ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗାର୍ଲ’ ଏବଂ ହରର କମେଡି ଫିଲ୍ମ ‘ରୁହିଆଫଜା’ ମଧ୍ୟ ରହିଛି ।

Image result for janhvi kapoor

ଜାହ୍ନବୀ କପୁର କହିଛନ୍ତି ଯେ ମୋର ଆଗାମୀ ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି । ଏହି ଫିଲ୍ମ ଗୁଡିକରେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛି । କାରଣ ଅନେକ ପରିଶ୍ରମ ପରେ ମଧ୍ୟ ‘ଧଡକ’ ଲୋକମାନଙ୍କ ମନ ଜିତିପାରିନଥିଲା ସେଥିପାଇଁ ମୁଁ ନିରାଶ ନୁହେଁ । ତେବେ ବାସ୍ତବରେ ମୁଁ ଯେତିକି ଭାବିଥିଲି ଏହି ଫିଲ୍ମରେ ମୁଁ ତାଠାରୁ ଅଧିକ ଦେଇଛି ।

Image result for janhvi kapoor

ଚଳିତ ବର୍ଷ ଜାହ୍ନବୀ କପୁର କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ର ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରଣବୀର ସିଂ, ଭିକ୍କୀ କୌଶଲ, କରିନା କପୁର ଖାନ, ଅନିଲ କପୁର, ଆଲିଆ ଭଟ୍ଟ, ଏବଂ ଭୂମି ପେଡ଼ନେକର ମଧ୍ୟ ଦେଖିବାକୁ ମିଳିବେ । ଜାହ୍ନବୀଙ୍କ କହିବା ଅନୁଯାୟୀ ଆଗାମୀ ଫିଲ୍ମ ଗୁଡିକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ଏହାସହିତ ସେ କହିଛନ୍ତି “ଏହି ଚଳଚ୍ଚିତ୍ର ଏପରି ଏକ ପୃଷ୍ଠଭୂମିରେ ତିଆରି ହୋଇଛି ଯାହା ମୋତେ ପିଲାଦିନରୁ ଆକର୍ଷିତ କରିଥାଏ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.