ଜାନୁଆରୀ ୭ ରେ ଶେଷ ହେବ ଦୀର୍ଘ ୭ ବର୍ଷର ଅପେକ୍ଷା ! ନିର୍ଭୟାକୁ ମିଳିପାରେ ନ୍ୟାୟ

ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାରର ଦୋଷୀ ମାନଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯାଇପାରେ । ଆସନ୍ତା ଜାନୁଆରୀ ମାସ ୭ ତାରିଖରେ ହିଁ ଏହି ଜଘନ୍ୟ ଘଟଣାର ଦୋଷୀ ମାନଙ୍କୁ ତିହାର ଜେଲରେ ଦଣ୍ଡ ଦିଆଯିବାର ସମ୍ଭାବନା ଅଛି । ଏହା ଦ୍ୱାରା ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ପୀଡ଼ିତା ତଥା ତାଙ୍କ ପରିବାରକୁ ନ୍ୟାୟ ମିଳିବ । ଆଡ଼ଭୋକେଟ ରାଜିବ ମୋହନଙ୍କ ଅନୁଯାୟୀ ଏହି ଦୋଷୀ ମାନଙ୍କୁ ରାଷ୍ଟ୍ରପତିଙ୍କ ନିକଟରେ ନିଜ ଯାଚିକା ଦାୟର କରାଯିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇସାରିଲାଣି । ଏହା ସହ ରାଷ୍ଟ୍ରପତିଙ୍କ ଯାଚିକା ଦାୟର କରିବା ନେଇ ଅବଧି ମଧ୍ୟ ଶେଷ ହୋଇଛି ।

ଏବେ ଅଦାଲତ ବିନା କୌଣସି ଦ୍ଵିଧାରେ ଯେକୌଣସି ସମୟରେ ଏମାନଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ, ଫାଶୀ ଦଣ୍ଡ ବିରୋଧରେ ଦୋଷୀ ମାନଙ୍କ କୌଣସି ଅପିଲ ଏବେ ପେଣ୍ଡିଙ୍ଗ ନାହିଁ । ସୂଚନା ଅନୁଯାୟୀ କୌଣସି ସୁଧାରତ୍ମକ ପିଟିସନ ଡେଥ ୱାରେଣ୍ଟ ଜାରି ହେବା ପରେ ବି ଜାରି କରାଯାଇପାରିବ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଦୋଷୀଙ୍କ ପାଇଁ ତୁରନ୍ତ ଡେଥ ୱାରେଣ୍ଟ ଜାରି କରିବା ନେଇ ଯେଉଁ ଯାଚିକା କରାଯାଇଥିଲା ତାର ଶୁଣାଣି ବି ୭ ତାରିଖ ପୂର୍ବରୁ ହିଁ ଶେଷ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.