୧ ଜୁନରୁ ଏହି ୫ଟି ନିୟମରେ ହେଉଛି ବଡ଼ ପରିବର୍ତ୍ତନ, ଆଗୁଆ ଜାଣି ନିଅନ୍ତୁ

ଆଜି ମେ ମାସ ଶେଷ ହେଉଛି। ଆସନ୍ତା କାଲି ମାନେ ଜୁନ ୧ ରୁ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ। ଏହି ନିୟମରେ ସୁନା କିଣା ଠୁ ଆରମ୍ଭ କରି ବ୍ୟାକିଂ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ପରିବର୍ତ୍ତନ ହେବ ।

ସବୁ ମାସ ପରି ଜୁନ ମାସରେ ମଧ୍ୟ କିଛି ଜରୁରୀ ନିିୟମରେ ପରିବର୍ତ୍ତନ କରାଯିବ। ଏହି ସବୁ ନିୟମକୁ ବିଲକୁଲ ବି ନଜର ଅନ୍ଦାଜ କରନ୍ତୁ ନାହିଁ। କାରଣ ଏମିତିରେ ଆପଣଙ୍କ ପକେଟରେ ମହଙ୍ଗା ମାଡ଼ ହେବ। ଏମିତିରେ ମୁଖ୍ୟ ୫ ଟି ଜିନିଷ ଅଛି ଯାହାକୁ ନେଇ ଆସନ୍ତା କାଲିଠୁ ନୁଆ ନିୟମ ଲାଗୁ ହେବ।

ଥାର୍ଡ ପାର୍ଟି ଇନସୁରାନ୍ସ ହେବ ମହଙ୍ଗା:
ଜୁନ ୧ରୁ ଦୁଇ ଚକିଆ ଓ ଚାରି ଚକିଆ ଯାନର ଥାର୍ଡ ପାର୍ଟି ବୀମା ମହଙ୍ଗା ହେବାକୁ ଯାଉଛି । ଅର୍ଥାତ ବର୍ତ୍ତମାନ ଆପଣଙ୍କୁ ଥାର୍ଡ ପାର୍ଟି ବୀମା ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡିବ । ଦୁଇ ଚକିଆ ଯାନ ରେ ୧୫୦ ସିସିରୁ ୩୫୦ ସିସି ଯାନବାହନ ପାଇଁ ପ୍ରିମିୟମ ୧,୩୬୬ ଟଙ୍କା ଥିବାବେଳେ ୩୫୦ ସିସିରୁ ଅଧିକ ଯାନ ପାଇଁ ପ୍ରିମିୟମ ୨,୮୦୪ ଟଙ୍କା ହେବ ।

ଏସବିଆଇରୁ ହୋମ ଲୋନ ନେବା ହେବ ମହଙ୍ଗା:
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏସବିଆଇ ଏହାର ହୋମ ଲୋନ ବେଞ୍ଚମାର୍କ (EBLR) କୁ ୪୦ ଆଧାର ପଏଣ୍ଟକୁ ୭.୦୫% କୁ ବୃଦ୍ଧି କରିଥିବାବେଳେ ଆରଏଲଏଲଆର ୬.୬୫% ଏବଂ କ୍ରେଡିଟ ରିସ୍କ ପ୍ରିମିୟମ (CRP) ହେବ। ବର୍ଦ୍ଧିତ ସୁଧ ହାର ଜୁନ୍ ୧ରୁ କାର୍ଯ୍ୟକାରୀ ହେବ । ଏହାଦ୍ୱାରା ହୋମ ଲୋନ ସୁଧ ହାର ବୃଦ୍ଧି ପାଇବ । ଏହାପୂର୍ବରୁ EBLR ୬.୬୫% ଥିବାବେଳେ ରେପୋ-ଲିଙ୍କ୍ ଋଣ ହାର (RLLR) ୬.୨୫% ଥିଲା ।

ଆକ୍ସିସ୍ ବ୍ୟାଙ୍କ ସେଭିଂ ଆକାଉଣ୍ଟ ନିୟମରେ ପରିବର୍ତ୍ତନ:

ସେଭିଂ ଆକାଉଣ୍ଟରେ ସେବା ଚାର୍ଜ ବୃଦ୍ଧି କରିବାକୁ ଆକ୍ସିସ୍ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଜୁନ୍ ୧ରୁ ସେଭିଂ ଆକାଉଣ୍ଟରେ ସର୍ବନିମ୍ନ ସନ୍ତୁଳନ ବଜାୟ ରଖିବା ପାଇଁ ସୀମା ବୃଦ୍ଧି କରାଯାଇଛି । ଏହା ଅଧୀନରେ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୧୫,୦୦୦ ବଦଳରେ ସର୍ବନିମ୍ନ ୨୫,୦୦୦ ଟଙ୍କା କିମ୍ବା ଆକ୍ସିସ୍ ବ୍ୟାଙ୍କର ସମସ୍ତ ସେଭିଂ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା ରଖିବାକୁ ପଡି଼ବ ।

ଗୋଲ୍ଡ ହଲମାର୍କ:
ଗୋଲ୍ଡ ହଲମାର୍କିଂର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ବର୍ତ୍ତମାନ ୨୫୬ଟି ପୁରୁଣା ଜିଲ୍ଲା ବ୍ୟତୀତ ୩୨ଟି ନୂତନ ଜିଲ୍ଲାରେ ହଲମାର୍କିଂ କେନ୍ଦ୍ର ଖୋଲାଯିବ । ବର୍ତ୍ତମାନ ଏହି ୨୮୮ଟି ଜିଲ୍ଲାରେ ସୁନା ଅଳଙ୍କାର ଚିହ୍ନ ବାଧ୍ୟତାମୂଳକ ହେବ । ବର୍ତ୍ତମାନ ଏହି ଜିଲ୍ଲାଗୁଡ଼ିକରେ କେବଳ ୧୪, ୧୮, ୨୦, ୨୨, ୨୩ ଏବଂ ୨୪ କ୍ୟାରେଟ୍ ଅଳଙ୍କାର ବିକ୍ରି ହୋଇପାରିବ । ଏଗୁଡ଼ିକ କେବଳ ହଲମାର୍କିଂ ପରେ ବିକ୍ରି ହୋଇପାରିବ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶୁଳ୍କ:

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ମାଧ୍ୟମରେ କାରବାର ମଧ୍ୟ ଜୁନ୍ ମାସରୁ ମହଙ୍ଗା ହେବ । ଆଇପିପିବି ଜୁନ୍ ୧୫ରୁ ନଗଦ କାରବାର ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ନିୟମ ଅନୁଯାୟୀ ପ୍ରଥମ ତିନି ଥର ନଗଦ ଟଙ୍କା ଉଠାଇବା, ନଗଦ ଜମା ଏବଂ ମିନି ଷ୍ଟେଟମେଣ୍ଟ ପାଇଁ କୌଣସି ଦେୟ ଲାଗୁ ହେବ ନାହିଁ । ଏହାପରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ୨୦ + ଜିଏସ୍ଟି ଆଡ୍‌ ସହ ମିନି ଷ୍ଟେଟମେଣ୍ଟ ପାଇଁ ୫+ଜିଏସ୍ଟି ଆଡ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.