ଲାଇଭ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳିଙ୍କର ଖସିଗଲା ପ୍ୟାଣ୍ଟ୍, ଦେଖନ୍ତୁ ଭିଡିଓ

ଆଇପିଏଲ୍ ପରେ ଅନେକ ବିଦେଶୀ ଖେଳାଳି ଏବେ ଇଂଲଣ୍ଡରେ ଭାଇଟାଲିଟି ବ୍ଲାଷ୍ଟ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବା ଜଣେ ଖେଳିବା ପାଇଁ ପହଞ୍ଚିଛନ୍ତି। ଏହି ଖେଳାଳିଙ୍କ ଜଲଓ୍ଵା ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି। କିନ୍ତୁ ଲାଇଭ ମ୍ୟାଚ ସମୟରେ ଏହି ଖେଳାଳିଙ୍କ ସହିତ ଏକ ମଜାଦାର ଘଟଣା ଘଟିଛି, ଯାହାକୁ ଦେଖିବା ପରେ ହୁଏତ ଆପଣଙ୍କ ହସ ବନ୍ଦ ହେବନାହିଁ।
ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟସମ୍ୟାନ ଟିମ ଡେଭିଡ୍ ଏବେ ଭାଇଟାଲିଟି ବ୍ଲାଷ୍ଟ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ୨୯ମଇରେ ଲଙ୍କାଶରର ସାମ୍ନା ଭର୍ସେଷ୍ଟେରସର ଟିମ୍ ହୋଇଥିଲା। ଏହି ମ୍ୟାଚରେ ଟିମ୍ ଡେଭିଡ ୨୬ ବଲ୍ରେ ୬୦ ରନ୍ କରିଥିଲେ। କିନ୍ତୁ ଏହି ମ୍ୟାଚ ସମୟରେ ଏମିତି ମଜାଦାର ଘଟଣା ଘଟିଥିଲା, ଯାହା ଯୋଗୁଁ ସମସ୍ତଙ୍କ ମୁହଁରେ ହସ ଫେରିଥିଲା।
View this post on Instagram
ମ୍ୟାଚରେ ଟିମ୍ ଡେଭିଡ ଫିଲିଡିଂ କରୁଥିବା ସମୟରେ ଚଉକା ରୋକିବାକୁ ଦୌଡିବା ବେଳେ ପ୍ୟାଣ୍ଟ ଖସିଯାଇଥିଲା। ଆଉ ଟିମ୍ଙ୍କ ପ୍ୟାଣ୍ଟ ଖସିବା ଦେଖି କମେଣ୍ଟେଟର ମଧ୍ୟ ହସକୁ ରୋକି ପାରିନଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।
ଟିମ୍ ଡେଭିଡ ଆଇପିଏଲ୍ ୨୦୨୨ରେ ମୁମ୍ବାଇ ତରଫରୁ ୮ଟି ମ୍ୟାଚ ଖେଳିଥିଲେ। ଟିମ୍ ୩୭.୨୦ ପ୍ରତିଶତରେ ୧୮୬ ରନ୍ କରିଥିଲେ। ପୂର୍ବରୁ ବାଙ୍ଗାଲୋର ଟିମ୍ ତରଫରୁ ଖେଳୁଥିଲେ ଟିମ୍ ଡେଭିଡ। ମୁମ୍ବାଇ ଟିମକୁ ୮.୨୫ କୋଟି ଟଙ୍କାରେ କିଣିଥିଲା।