ଲଞ୍ଚ ହେଲା ‘ସହଯାତ୍ରୀ’ ମୋବାଇଲ ଆପ୍‌ : ଏହି ଆପ୍‌ ଜରିଆରେ ଟ୍ରେନରେ ସାମ୍ନା କରୁଥିବା ସମସ୍ୟାର କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ : କେନ୍ଦ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରେଳଯାତ୍ରୀଙ୍କ ଅଭିଯୋଗ ପାଇଁ ଏକ ୱେବସାଇଟ୍‌ ଏବଂ ମୋବାଇଲ ଆପ୍‌ ‘ସହଯାତ୍ରୀ’ ସେବା ଲଞ୍ଚ କରିଛନ୍ତି । ଏହି ଆପ୍‌ ଯୋଗୁଁ ରେଳଯାତ୍ରା ସମୟରେ ହେଉଥିବା ଯେକୌଣସି ଅସୁବିଧା ବିଷୟରେ ଆପଣ ଯେକୌଣସି ସ୍ଥାନରୁ ମଧ୍ୟ ଅଭିଯୋଗ କରିପାରିବେ। ଏଥିପାଇଁ ଅପରାଧିମାନଙ୍କ ଏକ ଅନଲାଇନ ଡାଟା ବେସ୍‌ ମଧ୍ୟ ପ୍ରସ୍ତୁତ ହୋଇଛି। ଗୃହରାଜ୍ୟ ମନ୍ତ୍ରୀ, ଦିଲ୍ଲୀ ପୋଲିସ ଆୟୁକ୍ତ ଅମୂଲ୍ୟ ପଟ୍ଟାନୟକ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ୱେବସାଇଟ www.railways.delhipolice.gov.in ଆରମ୍ଭ କରିଛନ୍ତି। ଏହା ସହିତ ‘ସହଯାତ୍ରୀ ’ ମୋବାଇଲ ଆପ୍‌ ମଧ୍ୟ ଆରମ୍ଭ କରିଛନ୍ତି।

train ticket

ଏହି ଆପ୍‌ ଜରିଆରେ ଅଚିହ୍ନା ଶବ ମିଳିବାର ସୂଚନା, ନିଖୋଜ ବ୍ୟକ୍ତି, ଓ୍ଵାଣ୍ଟେ ଅପରାଧୀ, ଫେରାର ଥିବା ଅପରାଧି, ଅନ୍ୟ ମହତ୍ତ୍ୱପୂର୍ଣ୍ଣ ମାମଲା, ଆଇନ ଏବଂ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ପ୍ରମୁଖ ଘଟଣାକୁ ଜିଆରପି ଅଧିକାରୀଙ୍କୁ ସୂଚନା ଦେଇପାରିବେ। ଦିଲ୍ଲୀ ଜିଆରପି ଏହି ୱେବସାଇଟରେ ଏପର୍ଯ୍ୟନ୍ତ ୬,୧୭୧ ଅପରାଧୀଙ୍କ ଡାଟା ଅପଲୋଡ କରିଛନ୍ତି।

 

୨୪ଟି ରାଜ୍ୟ ଏବଂ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳର ଜିଆରପି ପ୍ରମୁଖଙ୍କୁ ସୁପର ଆଡମିନ ଭାବେ ନିଯୁକ୍ତି କରାଯାଇଛି। ସେମାନଙ୍କୁ ଅଲଗା ଅଲଗା ଆଇଡି ଏବଂ ପାସଓ୍ଵାର୍ଡ ମଧ୍ୟ ଦିଆଯାଇଛି। କେବଳ ଅଧିକୃତ ଜିଆରପି ଅଧିକାରୀ ଏହି ୱେବସାଇଟ୍‌କୁ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.