ଡେବିଟ୍ କାର୍ଡରେ ଆଉ ହେବନି ଠକାମୀ, ଏହି ବ୍ଯାଙ୍କଗୁଡ଼ିକ ଆରମ୍ଭ କଲେ ଅନ୍-ଅଫ୍ ସୁବିଧା

ଆଜିକାଲିର ଆଡଭାନ୍ସ ଟେକ୍ନୋଲୋଜି କାରଣରୁ ସାଇବର ଅପରାଧୀମାନଙ୍କ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଅପରାଧୀମାନଙ୍କ କଳାକାରନାମାର ଖବର ଆମକୁ ମିଳିବାରେ ଲାଗିଛି । ଯେଉଁଥିରେ ଏଟିଏମ୍, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ବାରା ଠକାମୀ କରି ଟଙ୍କା ହଡପ କରୁଛନ୍ତି ସାଇବର ଅପରାଧୀ । ବ୍ଯାଙ୍କ ନିଜ ଗ୍ରାହକମାନଙ୍କୁ ମେସେଜ୍ କିମ୍ବା ଇ-ମେଲ୍ ଦ୍ବାରା ସତର୍କ କରୁଛନ୍ତି । ଏହାଛଡା ଆପଣଙ୍କ ସବୁ ଟ୍ରାଞ୍ଜାକ୍ସନର ଅପଡେଟ୍ ସୂଚନା ସମ୍ପର୍କରେ ମଧ୍ଯ ଅବଗତ କରାଉଛନ୍ତି। ଏତେ ସବୁ ପଦକ୍ଷେପ ସତ୍ତ୍ବେ ଆପଣମାନଙ୍କୁ ଆଉ ଟିକେ ଅଧିକ ସତର୍କ ରହିବାକୁ ପଡିବ।
ଭାତୀୟ ଷ୍ଟେଟ୍ ବ୍ଯାଙ୍କ, ଆକ୍ସିସ୍ ବ୍ଯାଙ୍କ ଏବଂ ଆଇସିଆଇସିଆଇ ବ୍ଯାଙ୍କ ନିଜ ଗ୍ରାହକମାନଙ୍କ ସୁରକ୍ଷାକୁ ଆଖିରେ ରଖି କଡା ବ୍ଯବସ୍ଥା ଗ୍ରହଣ କରିଛନ୍ତି, ଯେପରି ଆପଣଙ୍କ ଟଙ୍କା ସୁରକ୍ଷିତ ଭାବେ ଜମା ରହିବ । ଷ୍ଟେଟ୍ ବ୍ଯାଙ୍କ ‘ଏସବିଆଇ କ୍ବିକ୍’ ନାମକ ଏକ ଆପ୍ ଲଞ୍ଚ କରିଛି । ଯେଉଁଥିରେ ଆପଣ ଆପଣଙ୍କ ଡେବିଟ୍ କାର୍ଡକୁ ସୁବିଧାରେ ଅନ୍ କିମ୍ବା ଅଫ୍ କରିପାରିବେ । ଏଥିପାଇଁ ଆପଣ ସର୍ବ ପ୍ରଥମେ ନିଜ ଫୋନରେ ଏହି ଆପ୍ ଟିକୁ ଇନଷ୍ଟଲ କରିବାକୁ ପଡିବ । ଯାହାପରେ ଆପଣ କାର୍ଡକୁ ଯେବେ ଚାହିଁବେ ଅନ୍ କିମ୍ବା ଅଫ୍ କରିପାରିବେ ।
ଏସବିଆଇ ଗ୍ରାହକ ଆପଣାନ୍ତୁ ଏହି ଅପସନ୍
-ଏଟିଏମ୍ କାର୍ଡ କନଫିଗେରେସନ୍ କୁ ବାଛନ୍ତୁ
-ଏଟିଏମ୍ କାର୍ଡର ସ୍ବିଚ୍ ଅନ୍/ଅଫ କରିବା ପାଇଁ ଥିବା ବିକଳ୍ପକୁ ବାଛନ୍ତୁ
-ନିଜର କାର୍ଡର ଶେଷ ୪ଟି ସଂଖ୍ଯାକୁ ଏଣ୍ଟର କରନ୍ତୁ
-ଅଲଗା ପେଜ୍ ରେ ଦୁଇଟି ବିକଳ୍ପ ମିଳିବ, ଚ୍ଯାନେଲ୍ସ ଏବଂ ୟୁଜେସ୍ । ଏହି ଚ୍ଯାନେଲରେ ଏଟିଏମ୍ ର ବିକଳ୍ପ ପ୍ରଥମେ ଥିବ ।
ଯଦି ଆପଣ ଆପ୍ କୁ ଇନଷ୍ଟଲ କରିବାକୁ ଚାହୁଁ ନାହାନ୍ତି ତେବେ ଆପଣ ଏହି କାମ କେବଳ ଏକ ମେସେଜ୍ ସାହାଯ୍ୟରେ ମଧ୍ଯ କରିପାରିବେ । ଏଥିପାଇଁ ଆପଣ SWON/SWOFFATM/POS/ECOM/INTL/DOM ଲେଖି ସ୍ପେସ୍ ଦିଅନ୍ତୁ ଏବଂ ଏହାପରେ ଆପଣଙ୍କ ଏଟିଏମ୍ କାର୍ଡର ଶେଷ ୪ଟି ସଂଖ୍ଯା ଲେଖନ୍ତୁ । ଏହାପରେ ନିଜ ବ୍ଯାଙ୍କରେ ପଞ୍ଜୀକୃତ ନମ୍ବରରୁ 09223966666 ନମ୍ବରକୁ ଏକ ମେସେଜ୍ ପଠାଇଦିଅନ୍ତୁ ।
ଯଦି ଆପଣଙ୍କ ପାଖରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଅଛି ତେବେ ଆପଣ ଆଇ-ମୋବାଇଲ୍ ଆପ୍ ସାହାଯ୍ୟରେ ଏପରି ନିୟନ୍ତ୍ରିତ କରିପାରିବେ
ଏପରି ଭାବେ ସୁବିଧା ନେଇ ପାରିବେ
-ଅସ୍ଥାୟୀ ଭାବେ କାର୍ଡକୁ ବ୍ଳକ୍ କିମ୍ବା ଅନବ୍ଳକ୍ କରନ୍ତୁ
-ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ପାଇଁ ବ୍ଳକ୍ କିମ୍ବା ଅନବ୍ଳକ୍ କରନ୍ତୁ
-ଅନ୍ତଃରାଷ୍ଟ୍ରୀୟ ଟ୍ରାଞ୍ଜାକ୍ସନ୍ ପାଇଁ ବ୍ଳକ୍ କିମ୍ବା ଅନବ୍ଳକ୍ କରନ୍ତୁ
-ଏଟିଏମ୍ ରୁ ୱିଥଡ୍ରୟାଲ ପାଇଁ ବ୍ଳକ୍ କିମ୍ବା ଅନବ୍ଳକ୍ କରନ୍ତୁ
ଆକ୍ସିସ୍ ବ୍ଯାଙ୍କର ଗ୍ରାହକ ଏପରି କରନ୍ତୁ ସ୍ବିଚ୍ ଅଫ୍ କିମ୍ବା ଅନ୍
ଆକ୍ସିସ୍ ବ୍ଯାଙ୍କର କାର୍ଡକୁ ଯେବେ ଆପଣ ଉପଯୋଗ କରୁନାହାନ୍ତି ସେତେବେଳେ ସ୍ବିଚ୍ ଅଫ୍ କରିପାରିବେ । ବ୍ଯାଙ୍କର ଏହି ଫିଚରର ନାମ ହେଉଛି ଟୋଟାଲ୍ କଣ୍ଟ୍ରୋଲ । ଏହା ଗ୍ରାହକମାନଙ୍କୁ ନିଜର କାର୍ଡ ଫିଚର୍ସକୁ ଇଣ୍ଟରନେଟ୍ ବ୍ଯାଙ୍କିଙ୍ଗ, ମୋବାଇଲ୍ ବ୍ଯାଙ୍କିଙ୍ଗ, ଏଟିଏମ୍ ଓ ଫୋନ୍ ବ୍ଯାଙ୍କିଙ୍ଗ ଆଇବିଆର୍ ଜରିଆରେ ନିଜେ ମ୍ଯାନେଜ୍ କରିପାରିବାର ସୁବିଧା ଦେଇଥାଏ । ଟୋଟାଲ୍ କଣ୍ଟ୍ରୋଲ ଜରିଆରେ ଗ୍ରାହକ ନିଜର ସୀମା ନିର୍ଦ୍ଧାରଣ କରିପାରିବେ। ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଖର୍ଚ୍ଚ ପ୍ରୟୋଗକୁ ବାଛି ପାରିବେ, କାର୍ଡକୁ ଅନ୍ ଏବଂ ଅଫ୍ କରିପାରିବେ । ଏହାଛଡା ନିଜର କାର୍ଡକୁ ବଦଳ ମଧ୍ଯ କରି ପାରିବେ । ।