ଶିବଲିଙ୍ଗରେ ଭୁଲରେ ମଧ୍ୟ ଚଢ଼ାନ୍ତୁ ନାହିଁ ଏହି ସବୁ ଜିନିଷ, ହୋଇଯିବେ ବରବାଦ

ଭୋଳାନାଥ ନିଜର ଭକ୍ତଙ୍କର ମନର କଥା ଜଲଦି ଶୁଣନ୍ତି। ମନ ଦେଇ ପୂଜା ଅର୍ଚ୍ଚନା କରିବା ଦ୍ବାରା ଭଗବାନ ଶିବ ଆପଣଙ୍କ ମନସ୍କାମନା ଶୀଘ୍ର ପୂରଣ କରିଥାନ୍ତି। କିନ୍ତୁ ଶିବଶଙ୍କରଙ୍କ ପୂଜା କରିବା ସମୟରେ କିଛି ନିୟମ ଉପରେ ନିଶ୍ଚିତ ଧ୍ୟାନ ଦେବାକୁ ପଡିଥାଏ। ଭଗବାନ ଶିବଙ୍କୁ ନେଇ ଏମିତି ଅନେକ କିଛି ନିୟମ ରହିଛି ଯାହାକୁ ହୁଏ ତ ପୂର୍ବରୁ ଆପଣ ଜାଣି ନଥିବେ। ତେବେ ବହୁତ କିଛି ନିୟମକୁ ନଜାଣି ଆପଣ ଅଜାଣତରେ ବ ଭୁଲ କରି ବସନ୍ତିଯାହା ଦ୍ବାରା ପାପର ଭାଗିଦାରୀ ହୋଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ ଜଣାଇବୁ ଯାହାକୁ ଆପଣ ଶିବଲିଙ୍ଗ ପୂଜା କରିବା ସମୟରେ ବିଶେଷ ଭାବେ ଧ୍ୟାନ ଦେବେ ।

ଚଢ଼ାନ୍ତୁ ନାହିଁ ଏହି ଜିନିଷ :

kewda

ରେ କେତକୀ ଫୁଲ ପାଇଁ ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ବିବାଦ ହେଲା। ଭଗବାନ ବ୍ରହ୍ମା ଅସତ୍ୟ କହିବାରୁ ସେଠାରେ ସ୍ବୟଂ ଶିବ ପ୍ରକଟ ହୋଇ ଚତୁର୍ମୁଖୀ ବ୍ରହ୍ମାଙ୍କର ଗୋଟିଏ ମୁଣ୍ଡ କାଟିଦେଲେ । ଏହା ପରେ ଭଗବାନ ଶିବ କେତକୀ ଫୁଲକୁ ଅଭିଶାପ ଦେଲେ ଯେ ତାଙ୍କର ପୂଜାରେ କେବେବି କେତକୀ ଫୁଲ ଲାଗିବ ନାହିଁ ।

ଏହା ସହ ପଢ଼ନ୍ତୁ : ମୃତ୍ୟୁ ପୂର୍ବରୁ ଯମରାଜା ଦେଇଥାନ୍ତି ଏହି ୪ ସଂକେତ, ଜାଣନ୍ତୁ ଏହା କଣ ?

ଶିବଙ୍କର ପୂଜାରେ ନଡିଆ ବାଡ଼ାଯାଏ । କିନ୍ତୁ ନଡିଆ ପାଣି ଦ୍ବାରା କରାଯିବା ଉଚିତ ନୁହେଁ । କାରଣ ଶିବଲିଙ୍ଗ ଉପରେ ଚଢ଼ାଯାଉଥିବା ସମସ୍ତ ଜିନିଷ ନିର୍ମଳ ହେବା ଆବଶ୍ୟକ, ଯାହାର ସେବନ କରାଯାଇ ପାରିବ ନାହିଁ। ନଡିଆ ପାଣି ଦେବତାଙ୍କୁ ଚଢ଼ାଯିବା ପରେ ଗ୍ରହଣ କରାଯାଇଥାଏ। ଏଥିପାଇଁ ଶିବଲିଙ୍ଗ ଉପରେ ନଡିଆର ପାଣି ଢ଼ାଳିବା ଉଚିତ ନୁହେଁ।

mahashivratri

 

ହିନ୍ଦୁ ଧର୍ମରେ ମହିଳାମାନେ ନିଜର ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ସିନ୍ଦୁର ଏବଂ କୁଙ୍କୁମକୁ ଲଗାଇଥାନ୍ତି। ଆମେମାନେ ସମସ୍ତେ ପ୍ରାୟ ଜାଣିଛନ୍ତି ଭଗବାନ ଶିବଙ୍କୁ ସଂହାରକାରୀ ରୂପରେ ଜଣାଯାଇଥାଏ। ଏଥିପାଇଁ ଶିବଲିଙ୍ଗରେ ସିନ୍ଦୁର କିମ୍ବା କୁଙ୍କୁମ ଚଢ଼ାଇବା ଉଚିତ ନୁହେଁ।

କେବେବି ଶିବଲିଙ୍ଗ ଉପରେ ହଳଦୀ ଳଗାଇବେ ନାହିଁ । କାରଣ ହଳଦୀକୁ ମହିଳାମାନେ ନିଜ ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଭଗବାନ ଶିବ ନିଜେ ବହୁତ ସୁନ୍ଦର ଅଟନ୍ତି। ଯେଉଁ କାରଣରୁ ଶିବଙ୍କର ପ୍ରତୀକ ଶିବଲିଙ୍ଗରେ ହଳଦୀ ଲଗାଇବା ଉଚିତ ନୁହେଁ।

shiv

ଶିବ ପୁରାଣ ଅନୁସାରେ ଜଳନ୍ଧର ନାମକ ଅସୁର ଭଗବାନ ଶିବଙ୍କର ହାତରେ ମ୍ରୁତ୍ୟବରଣ କରିଥିଲା। ଜଳନ୍ଧରକୁ ଏକ ବରଦାନ ମିଳିଥିଲା ଯେ ସେ ତାର ପତ୍ନୀର ପବିତ୍ରତା ଯୋଗୁଁ ତାକୁ କେହି ମଧ୍ୟ ପରାଜିତ କରିପାରିବେ ନାହିଁ। କିନ୍ତୁ ଜଳନ୍ଧରଙ୍କୁ ମାରିବା ପାଇଁ ଭଗବାନ ଶିବଙ୍କୁ ଜଳନ୍ଧରର ପତ୍ନୀ ତୁଳସୀଙ୍କର ପବିତ୍ରତାକୁ ଭଙ୍ଗ କରିବାକୁ ପଡିଲା। ନିଜର ସ୍ବାମୀଙ୍କର ମ୍ରୁତ୍ୟରେ କ୍ରୋଧିତ ହୋଇ ତୁଳସୀ ଭଗବାନ ଶିବଙ୍କୁ ବହିଷ୍କାର କରି ଦେଇଥିଲେ। ସେଥିଲାଗି ଶିବଲିଙ୍ଗ କିମ୍ବା ଶିବ ପୂଜାରେ ତୁଳସୀ ଲାଗି ହୁଏ ନାହିଁ । ଅବଶ୍ୟ କେତେକ ନିର୍ଦ୍ଦିଷ୍ଟ ଦିନରେ ତୁଳସୀ ଜଟା ଚଢ଼ାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.