ମାଓବାଦୀଙ୍କ ‘ମୋଦି’ ହତ୍ୟା ଷଡ଼ଯନ୍ତ୍ର ମାମଲା, ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୁଣେ ପୋଲିସ୍

ପୁଣେ : ମାଓବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଏହି ଯୋଜନା କିନ୍ତୁ ପଣ୍ଡ ହୋଇଥିଲା । ଏହି ମାମଲାରେ ପୁଣେ ପୋଲିସ ଗୁରୁବାର ଦିନ କିଛି ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ମାଓବାଦୀମାନେ ମୋଦିଙ୍କ ହତ୍ୟାର ଯୋଜନା ସହିତ ଦେଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମଧ୍ୟ ଅସ୍ତ୍ରଶସ୍ତ୍ର କିଣିବାର ଷଡ଼ଯନ୍ତ୍ର ରଚିଥିଲେ। ଗତକାଲି ଦାଖଲ ହୋଇଥିବା ଚାର୍ଜସିଟ୍ ୫ ହଜାରରୁ ଅଧିକ ପୃଷ୍ଠାର ଏହି ଚାର୍ଜସିଟରେ ବହୁ କୁଖ୍ୟାତ ମାଓବାଦୀଙ୍କର ନାଁ ରହିଛି ।
ଚାର୍ଜସିଟରେ କଣ ରହିଛି :
୧- ପୁଣେରେ ଗତବର୍ଷ ଡିସେମ୍ବରରେ ୟଲଗାର ପରିଷଦ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଦଳିତମାନଙ୍କୁ ଉସକେଇବା ଏହି ଷଡ଼ଯନ୍ତ୍ରର ଏକ ଅଂଶ ଥିଲା ।
୨-ସେହିପରି ଜାନୁୟାରୀ ୧ ତାରିଖରେ ଭୀମା କୋରେଗାଓଁରେ ହୋଇଥିବା ମାଓବାଦୀ ସମର୍ଥିତ ସମ୍ମିଳନୀ ମଧ୍ୟ ହିଂସାକୁ ପ୍ରୋତ୍ସାହନ ଦେଇଥିଲେ।
୩-ଚାର୍ଜସିଟରେ ଅନେକ ମାଓବାଦୀଙ୍କର ନାମ ଉଲ୍ଲେଖ କରାଯାଇଛି। ପାଞ୍ଚ ଜଣ ମାଓ ସମର୍ଥକଙ୍କୁ ୬ ଜୁନରେ ଗିରଫ କରାଯାଇଥିଲ। ସେହି ମାଓବାଦୀମାନେ ହେଲେ ସୁରେନ୍ଦ୍ର ଗାଡଲିଙ୍ଗ, ମହେଶ ରାଉତ, ଶୋମା ସେନ୍, ରୋନା ୱିଲସନ, ସୁଧୀର ଧାଓଲେ ।
୪-ଏହି ୫ ଜଣ ମାଓବାଦୀଙ୍କ ଛଡା ଅନ୍ୟ ମାଓବାଦୀ ନେତା ଦୀପକ ଓରଫ ମିଲିନ୍ଦ ତେଲନ୍ତୁବାଡେ, କିଶନ ଦା ଓରଫ ପ୍ରଶାନ୍ତ ବୋଷ, ପ୍ରକାଶ ଓରଫ ରିତୁପର୍ଣ୍ଣା ଗୋସ୍ବାମୀ, ଦୀପୁ ଏବଂ ମଙ୍ଗଲୁ ମଧ୍ୟ ସାମିଲ ଅଛନ୍ତି।
୫- ରୋନା ୱଲସନ ଏବଂ କିଶନ ଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଚାର୍ଜସିଟରେ କୁହାଯାଇଛି ।
୬-ଏହି ମାମଲାରେ କିଛି ମାଓ ସମର୍ଥକ ନେତାଙ୍କୁ ନଜରବନ୍ଦୀରେ ରଖାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ।