SBI ଆଣୁଛି ନୂଆ ଯୋଜନା, ଏଣିକି ଗ୍ରାହକ କରିପାରିବେ ମାଗଣା ମନିଟ୍ରାନ୍ସଫର

ନୂଆଦିଲ୍ଲୀ: ଏସବିଆଇ ଆଣିଛି ଗ୍ରାହାକଙ୍କ ପାଇଁ ଆଣିଛି ଖୁସି ଖବର। ଏଣିକି ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ଆଉ କୌଣସି ଚାର୍ଜ ଦେବାକୁ ପଡିବନି। ଗ୍ରହାକ ମାନେ ପୁର୍ବରୁ ଆଇଏମପିଏସ, ଏନଇଏଫଟି ଓ ଆରଟିଜିଏସ ବ୍ୟବହାର କରି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ଚାର୍ଜ ଦେଉଥିଲେ। ଏବେ ଏହା କରିବାକୁ ପଡିବ ନାହିଁ। ଗ୍ରାହାକ ମାନଙ୍କ ହୀତକୁ ଦ୍‌ଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏହି ନିୟମ ଲାଗୁକରିବାପାଇଁ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀ ମାନଙ୍କୁ ପ୍ରସ୍ତାବ ଦେଇଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ଆସନ୍ତା ଅଗଷ୍ଟ ୧ ରୁ ଏହାକୁ ଲାଗୁକରିବ ବୋଲି ସୂଚନା ମିଳିଛି।

ଆହୁରି ପଢନ୍ତୁ: HDFC ର ଗ୍ରାହକ ୮ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ATM କାର୍ଡର ବ୍ୟବହାର, ଜାଣନ୍ତୁ କାହିଁକି?

ବର୍ତ୍ତମାନ ସମୟରେ ଟଙ୍କା ପଠାଇବା ପ୍ରକ୍ରିୟା ସହଜ ହେଉଥିଲେ ମଧ୍ୟ ପୁର୍ବରୁ ଏଭଳି ଅନଲାଇନ କାରବାର ଆଇଏମପିଏସ, ଏନଇଏଫଟି, ଏବଂ ଆରଟିଜିଏସ ମଧ୍ୟମରେ କରାଯାଉଥିଲା। ଏହି ସବୁ ଲେଣଦେଣ କାରବାର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ଅଧିନରେ ହେଉଥିଲା ।

IMPS- ଇମିଡିଏଟ ପେମେଣ୍ଟ ସର୍ଭିସ ମୋବାଇଲ ଜରିଆରେ କରାଯାଇଥାଏ। ଗ୍ରାହାକମାନେ ମୋବାଇଲରେ ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଏହି ଆଇଏମପିଏସ ଜରିଆରେ ଟ୍ରାଞ୍ଜାକ୍ସନ କରିଥାନ୍ତି। ଏନପିଆଇ ଦ୍ବାରା ଏହି ସୁବିଧା କରାଯାଇଛି। 24X7 ଏହି ସିଷ୍ଟମ ମାଧ୍ୟମରେ ଟଙ୍କା ଲେଣଦେଣ କାମ କରିହୁଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.