SBI ଆରମ୍ଭ କଲା ବଢ଼ିଆ FD ସ୍କିମ୍‌, ଜବରଦସ୍ତ ସୁଧ ସହିତ କେବଳ ଲାଭ ହିଁ ଲାଭ ପାଇବାର ସୁନ୍ଦର ମଉକା

ଯଦି ଆପଣ ନିଜର ଜମା ପୁଞ୍ଜିକୁ ନିବୋ କରିବାକୁ ଭାବୁଛନ୍ତି, ତାହେଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ଆପଣଙ୍କୁ ଏବ ବହୁତ ବଢ଼ିଆ ମଉକା ଦେଉଛି ।

ଯଦି ଆପଣ ନିଜର ଜମା ପୁଞ୍ଜିକୁ ନିବୋ କରିବାକୁ ଭାବୁଛନ୍ତି, ତାହେଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ SBI ଆପଣଙ୍କୁ ଏବ ବହୁତ ବଢ଼ିଆ ମଉକା ଦେଉଛି । ବ୍ୟାଙ୍କ ୪୦୦ ଦିନର ଏକ ଖାସ୍‌ କାର୍ଯ୍ୟକାଳ ଯୋଜନା ଲଞ୍ଚ୍‌ କରିଛି । ଯାହାର ସୁଧ ରହିଛି ୭.୧୦% । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍କିମ କେବଳ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପାଇଁ ରହିଛି । ଏହା ୧୫ ଫେବୃଆରୀ ଠାରୁ ହିଁ ଲାଗୁ ହୋଇଯାଇଛି ।

ଅନ୍ୟପଟେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ୨ କୋଟି ଟଙ୍କାରୁ କମ୍‌ ଫିକ୍ସଡ ଡିପୋଜିଟ୍‌ ଉପରେ ସୁଧ ଦରରେ ୫ ବିପିଏସ ରୁ ୨୫ ବିପିଏସର ବୃଦ୍ଧି କରିଛି । ଏଥିରେ ସାମାନ୍ୟ ଜମା ସହିତ ବରିଷ୍ଠ ନାଗରିକଙ୍କ FD ଉପରେ ମଧ୍ୟ ଦର ବୃଦ୍ଧି କରାଯାଇଛି ।

SBI ଏଫଡିର ନୂଆ ଦର ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ ଦ୍ୱାରା ୭ ଦିନ ରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସାମାନ୍ୟ ନାଗରିକଙ୍କୁ ୩.୦୦ ପ୍ରତିଶତ ଠାରୁ ନେଇ ୭.୦୦ ପ୍ରତିାତ ଏବଂ ବରିଷ୍ଠ ନାଗରିକଙ୍କୁ ୩.୫୦ ଠାରୁ ନେଇ ୭.୫୦ ପର୍ଯ୍ୟନ୍ତ ସୁଧ ମିଳୁଛି ।

ବ୍ୟାଙ୍କ ଦ୍ୱାରା ଅଧିକତମ ସୁଦ ୨ ବର୍ଷ ଠାରୁ ନେଇ ୩୦ ମାସରୁ କମ୍‌ ଏଫଡି ଉପରେ ଦିଆଯାଉଛି । ଯେଉଁଥିରେ ସାମାନ୍ୟ ନାଗରିକଙ୍କୁ ୭.୦୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୭.୫୦ ପ୍ରତିଶତ ସୁଧ ଦର ଦିଆଯାଉଛି ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏସବିଆଇ ଏମସିଏଲଆର ସୀମାକୁ ୧୦ ଆଧାର ବିଶିଷ୍ଟ ଅଙ୍କ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । ଏହାର ପ୍ରଭାବ ଏହା ହେବ ଯେ ଅଟୋ ଏବଂ ହୋମ୍‌ ଭଳି ଲୋନ୍‌ ନେବା ମହଙ୍ଗା ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.